ବ୍ରହ୍ମପୁର :କୋଭିଡରେ ପ୍ରାଣ ହରାଇଥିବା ଗଜପତିର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ପରିବାର ବର୍ଗଙ୍କୁ ଓଡ଼ିଶା ପ୍ରଶାସନିକ ସେବା ସଂଘ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଇଛି । ପଚାଶ ହଜାର ଟଙ୍କାର ସମବେଦନା ସହାୟତା ରାଶି ପ୍ରଦାନ କରାଯାଇଛି। ସଂଘର ସଭାପତି ସରୋଜ କୁମାର ସାମଲ, ସମ୍ପାଦକ ଜ୍ୟୋତିରଞ୍ଜନ ମିଶ୍ର ଏବଂ ଉପ ସଭାପତି ବିଜୟ କୁମାର ସ୍ୱାଇଁଙ୍କ ପରାମର୍ଶ କ୍ରମେ ଉପଜିଲ୍ଲାପାଳଙ୍କ ପତ୍ନୀ ସୁରଭି ସୁଶ୍ରୀ ମହାରଣାଙ୍କୁ ସମବେଦନା ରାଶି ବାବଦ ଚେକ ପ୍ରଦାନ କରିଛନ୍ତି। ଏନେଇ ସୁରଭି ମହାରଣା ଓଏଏସ ସଂଘ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଅତିରିକ୍ତ ଜିଲ୍ଲାପାଳଙ୍କ ପରିବାରକୁ ସମବେଦନା ରାଶି ପ୍ରଦାନ - ବ୍ରହ୍ମପୁର ଖବର
କୋଭିଡରେ ଆଖି ବୁଜିଥିବା ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ପରିବାର ବର୍ଗଙ୍କୁ ଓଡ଼ିଶା ପ୍ରଶାସନିକ ସେବା ସଂଘ ପକ୍ଷରୁ ସହାୟତା ପ୍ରଦାନ । ପଚାଶ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କଲା ଓଏଏସ ସଂଘ । ଅଧିକ ପଢନ୍ତୁ

ଅତିରିକ୍ତ ଜିଲ୍ଲାପାଳଙ୍କ ପରିବାରକୁ ସମବେଦନା ରାଶି ପ୍ରଦାନ
ଅତିରିକ୍ତ ଜିଲ୍ଲାପାଳଙ୍କ ପରିବାରକୁ ସମବେଦନା ରାଶି ପ୍ରଦାନ
ସୂଚନା ଅନୁଯାୟୀ କରୁଣାକର ରାଇକା କାର୍ଯ୍ୟରତ ଥିବା ସମୟରେ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ୨୦୨୦ ମସିହା ଜୁଲାଇ ୨୧ରେ ସେ ଆଖି ବୁଜିଥିଲେ । ତେଣୁ ବିଭିନ୍ନ ସମୟରେ ନିଜ ସଦସ୍ୟ ସଦସ୍ୟାଙ୍କ ସୁଖ ଦୁଃଖରେ ସାମିଲ ହୋଇଆସିଥିବା ଓଏଏସ ସଂଘ କରୁଣାକର ପରିବାରଙ୍କ ନିକଟରେ ପହଞ୍ଚି ଆଶ୍ୱାସନା ଦେଇଛନ୍ତି । ଏଥିରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସଚିବ ସମ୍ବିତ ରାଉତଙ୍କ ସମତେ ବିଭିନ୍ନ ଓଏଏସ ଅଧିକାରୀମାନେ ଉପସ୍ଥିତ ରହିଥିଲେ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ଯ, ଇଟିଭି ଭାରତ