ଓଡିଶା

odisha

ଗଞ୍ଜାମରେ ତୃତୀୟ ଦିନରେ ଦାଖଲ ହେଲା ୩୭୦୮ ନାମାଙ୍କନ ପତ୍ର

By

Published : Jan 20, 2022, 7:00 AM IST

ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ତ୍ରି-ସ୍ତରୀୟ ନିର୍ବାଚନ ପାଇଁ ତୃତୀୟ ଦିନରେ ଦାଖଲ କରାଯାଇଛି ନାମାଙ୍କନ ପତ୍ର । ଅଧିକ ପଢନ୍ତୁ

ଗଞ୍ଜାମରେ ତୃତୀୟ ଦିନରେ ଦାଖଲ ହେଲା ୩୭୦୮ ନାମଙ୍କନ ପତ୍ର
ଗଞ୍ଜାମରେ ତୃତୀୟ ଦିନରେ ଦାଖଲ ହେଲା ୩୭୦୮ ନାମଙ୍କନ ପତ୍ର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ତ୍ରି-ସ୍ତରୀୟ ନିର୍ବାଚନ ପାଇଁ ତୃତୀୟ ଦିନରେ ଦାଖଲ କରାଯାଇଛି ନାମାଙ୍କନ ପତ୍ର । ସାରା ରାଜ୍ୟରେ ନାମାଙ୍କନ ପତ୍ର ଦାଖଲ ପକ୍ରିୟା ଜାରି ରହିଥିବାବେଳେ ଗଞ୍ଜାମରେ ତୃତୀୟ ଦିନରେ ୱାର୍ଡ ମେମ୍ବରଙ୍କ ଠାରୁ ଆରମ୍ଭ କରି ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଛି ।

ଜିଲ୍ଲାରେ ମୋଟ ୬୯ ଟି ଜିଲ୍ଲା ପରିଷଦ ଜୋନ୍ ସମେତ ସମୁଦାୟ ୫୦୩ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ୭୦୯୯ ୱାର୍ଡ ମେମ୍ବର ପଦବୀ ପାଇଁ ନିର୍ବାଚନ ହେବ । ବୁଧବାର ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିନରେ ମୋଟ ୩୭୦୮ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ସେଥି ମଧ୍ୟରୁ ୨୯ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରି ଥିବାବେଳେ ୬୫୫ ଜଣ ସରପଞ୍ଚ, ୪୦୧ଜଣ ସମିତି ସଭ୍ୟ ଏବଂ ୨୬୨୩ ଜଣ ୱାର୍ଡ ମେମ୍ବର ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details