ଓଡିଶା

odisha

ETV Bharat / city

'ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଶିକ୍ଷାର ଉନ୍ନତିକରଣ ମୋର ଲକ୍ଷ୍ୟ' - ନୂତନ କୁଳପତି ପ୍ରଫେସର ଗୋବିନ୍ଦ ଯୋଶେଫ ଚକ୍ରପାଣି

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବରେ ପ୍ରଫେସର ଗୋବିନ୍ଦ ଯୋଶେଫ ଚକ୍ରପାଣି ଦାୟିତ୍ବ ଗ୍ରହଣ କରିଛନ୍ତି । ଅନେକ ପୁରାତନ ବିଭାଗ ଏବଂ ବହୁ ବରିଷ୍ଠ ପ୍ରଫେସର ମାନେ କାର୍ଯ୍ୟ କରିଥିବାରୁ ତାହାକୁ ଦୃଷ୍ଟିରେ ରଖି ଆଗକୁ କାମ କରିବୁ ବୋଲି ସେ କହିଛନ୍ତି । ଦେଖନ୍ତୁ ‘ଇଟିଭି ଭାରତ’ ସହ ତାଙ୍କର ସ୍ବତନ୍ତ୍ର ସାକ୍ଷାତକାର ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

By

Published : Oct 18, 2019, 3:22 AM IST

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବରେ ପ୍ରଫେସର ଗୋବିନ୍ଦ ଯୋଶେଫ ଚକ୍ରପାଣି ଦାୟିତ୍ବ ଗ୍ରହଣ କରିବା ପରେ ‘ଇଟିଭି ଭାରତ’କୁ ଦେଇଛନ୍ତି ସ୍ବତନ୍ତ୍ର ସାକ୍ଷାତକାର । ରାଜ୍ୟର ଏହି ପୁରାତନ ବିଶ୍ବବିଦ୍ୟାଳୟରେ ଶିକ୍ଷାର ଉନ୍ନତିକରଣ ପାଇଁ ରଖିଥିବା ନିଜର ଲକ୍ଷ୍ୟ ଉପରେ ବିସ୍ତୃତ ଭାବରେ ବାଖ୍ୟା କରିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

ମୁଖ୍ୟତଃ ପ୍ରଫେସର ଚକ୍ରପାଣି ବ୍ରହ୍ମପୁରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷା ସମାପ୍ତ କରିଥିବା ବେଳେ ଏଠାରେ ଅନେକ ପୁରାତନ ବିଭାଗ ଏବଂ ବହୁ ବରିଷ୍ଠ ପ୍ରଫେସର ମାନେ କାର୍ଯ୍ୟ କରିଥିବାରୁ ତାହାକୁ ଦୃଷ୍ଟିରେ ରଖି ଆଗକୁ କାମ କରିବୁ । ଆଗାମୀ ଦିନରେ ଗୁଣାତ୍ମକ ଅଧ୍ୟାପକ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯିବା ସହ ଏହାଦ୍ବାରା ବିଦ୍ୟାର୍ଥୀ ମାନେ ଉଚିତ ଶିକ୍ଷା ପାଇବେ ଓ ଭବିଷ୍ୟତରେ ଅନେକ କାର୍ଯ୍ୟ କରିପାରିବେ ବୋଲି ସେ କହିଛନ୍ତି ।

ଅନ୍ୟପଟେ ବିଶ୍ବବିଦ୍ୟାଳୟରେ ଲାଇବ୍ରେରୀ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ଉପରେ ଫୋକସ ରହିବ । ଏହାସହ ବିଦ୍ୟାର୍ଥୀ ମାନେ ଶିକ୍ଷା ସହିତ ଯେପରି ନିଯୁକ୍ତି ସୁଯୋଗ ପାଇପାରିବେ ସେ ନେଇ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି । ବିଶ୍ବବିଦ୍ୟାଳୟରେ କ୍ଲାଇମେଟ୍ ସାଇନ୍ସ , ବିପର୍ଯ୍ୟୟ ପରିଚାଳନା , ପବ୍ଲିକ ପଲିସ୍ ଏଣ୍ଡ ଗଭର୍ଣ୍ଣାନ୍ସ , ପୂର୍ବରୁ ରହିଥିବା ହୋମ୍ ସାଇନ୍ସ ସହ ମହିଳା ଓ ଶିଶୁ ବିକାଶ ବିଭାଗ , କମ୍ପୁଟର ସାଇନ୍ସ ଭଳି ନୂତନ ବିଭାଗ ଖୋଲାଯିବାକୁ ଯୋଜନା ରଖିଛି । ଏପରିକି ବିଶ୍ବବିଦ୍ୟାଳୟରେ ଗବେଷଣା ଉପରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ନୂତନ କୁଳପତି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details