ବ୍ରହ୍ମପୁର: ପିଲାଙ୍କ ପାଇଁ ଜ୍ଞାନକୌଶଳର ମାଧ୍ୟମ ପାଲଟିଛି ଅତ୍ୟାଧୁନିକ ଲେବ୍ରୋଟୋରୀ । ରାଜ୍ୟ ସରକାରଙ୍କ 5T ଅଧିନରେ ସ୍କୁଲ ରୂପାନ୍ତରୀକରଣ ଫଳରେ ଛାତ୍ରଛାତ୍ରୀମାନେ ଲାଭବାନ ହୋଇଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ସ୍କୁଲ ରୂପାନ୍ତରୀକରଣ ଛାତ୍ରଛାତ୍ରୀଙ୍କୁ ନୂତନ ଜ୍ଞାନକୌଶଳ ଯୋଗାଇବ: ଜିଲ୍ଲାପାଳ ବ୍ରହ୍ମପୁର ସହରର ସ୍ଥାନୀୟ ଭି.ଭି.ଗିରି ସରକାରୀ ମହିଳା ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା ଉଦଘାଟନ ସମାରୋହରେ ମୁଖ୍ୟ ଅତିଥିଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କ ପ୍ରତି ଅନୁରାଗୀ ମନବଳ ବୃଦ୍ଧି ହେବା ପାଇଁ ପ୍ରେରଣା ଦେଇଥିଲେ l
ରାଜ୍ୟ ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଜ୍ଞାନକୌଶଳ ବୃଦ୍ଧି କରିବାରେ ସହାୟକ ହେଉଥିବା ଜିଲ୍ଲାପାଳ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ.ସିଦ୍ଧେଶ୍ବର ବଳୀରାମ ବୋନ୍ଧର ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ l ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ବିନତୀ ସେନାପତି କାର୍ଯ୍ୟକ୍ରମର ସଭାପତିତ୍ବ କରି ପରିଚାଳନା କରିଥିଲେ । ସ୍କୁଲର ବିଜ୍ଞାନ ପ୍ରଦର୍ଶନ ମେଳାରେ ଜିଲ୍ଲାର ୨୨ ଗୋଟି ବ୍ଲକ ଓ ଗୋଟିଏ ମ୍ୟୁନିସିପାଲିଟି କର୍ପୋରେସନର ୮୦ ପ୍ରକଳ୍ପ ପ୍ରଦର୍ଶିତ ହୋଇଛି l
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ