ଓଡିଶା

odisha

ଗଞ୍ଜାମରେ ନିଯୁକ୍ତ ହେବେ 16 ଅତିରିକ୍ତ ସବ୍ ଇନ୍ସପେକ୍ଟର, ଭଞ୍ଜନଗରରେ ହେବ ନୂତନ ଥାନା

ରାଜ୍ୟରେ ପୋଲିସ ବିଭାଗକୁ ଅଧିକ ସୁଦୃଢ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନୂତନ ନିଷ୍ପତ୍ତି କ୍ରମେ ଗଞ୍ଜାମ ପୋଲିସ ଜିଲ୍ଲାରେ ୧୬ ଜଣ ଅତିରିକ୍ତ ସବ ଇନସ୍ପେକ୍ଟରଙ୍କୁ ନିଯୁକ୍ତି ସହିତ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ଏକ ନୂତନ ଥାନା କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

By

Published : Aug 8, 2020, 5:27 PM IST

Published : Aug 8, 2020, 5:27 PM IST

new police station
ଭଞ୍ଜନଗର ଅଞ୍ଚଳରେ ହେବ ନୂତନ ଥାନା

ବ୍ରହ୍ମପୁର: ରାଜ୍ୟରେ ପୋଲିସ ବିଭାଗକୁ ଅଧିକ ସୁଦୃଢ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନୂତନ ନିଷ୍ପତ୍ତି କ୍ରମେ ଗଞ୍ଜାମ ପୋଲିସ ଜିଲ୍ଲାରେ ୧୬ ଜଣ ଅତିରିକ୍ତ ସବ ଇନସ୍ପେକ୍ଟରଙ୍କୁ ନିଯୁକ୍ତି ସହିତ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ଏକ ନୂତନ ଥାନା କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ଭଞ୍ଜନଗର ଅଞ୍ଚଳରେ ହେବ ନୂତନ ଥାନା

ଏହାକୁ ନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ସରକାରଙ୍କୁ ଏକ ପ୍ରସ୍ତାବ ପ୍ରଦାନ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ଏହାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି ।

ସରକାରଙ୍କ ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ନୂତନ ଥାନା ସହ ଏହିଭଳି ଅଧିକାରୀ ନିଯୁକ୍ତି କରାଗଲେ ଗଞ୍ଜାମ ଜିଲ୍ଲାରେ ସାଧାରଣ ଜନତାଙ୍କୁ ଆହୁରି ଭଲ ସେବା ଯୋଗାଇ ଦିଆଯାଇପାରିବ ବୋଲି କହିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details