ଓଡିଶା

odisha

ETV Bharat / city

ଗୋଷାଣି ନୂଆଗାଁ ଥାନାର ନୂତନ କୋଠାକୁ ଉଦଘାଟନ କଲେ ପୋଲିସ ଡିଜି - police dg abhaya

ଗୋଷାଣିନୂଆଗାଁ ଥାନାର ନୂତନ କୋଠାକୁ ଉଦଘାଟନ କଲେ ପୋଲିସ ଡିଜି । ଏହି ନୂତନ କୋଠାରେ ପୋଲିସ ବ୍ୟାରେକ ସହିତ ସମସ୍ତ ପ୍ରକାର ସୁବିଧା ରହିଛି । ଅଧିକ ପଢନ୍ତୁ..

ଗୋଷାଣିନୂଆଗାଁ ଥାନାର ନୂତନ କୋଠାକୁ ଉଦଘାଟନ କଲେ ପୋଲିସ ଡିଜି
ଗୋଷାଣିନୂଆଗାଁ ଥାନାର ନୂତନ କୋଠାକୁ ଉଦଘାଟନ କଲେ ପୋଲିସ ଡିଜି

By

Published : Aug 30, 2021, 12:47 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗୋଷାଣିନୂଆଗାଁ ଥାନାର ନୂତନ କୋଠାକୁ ଉଦଘାଟନ କଲେ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ପୋଲିସ ମହାନିର୍ଦ୍ଦେଶକ ବ୍ରହ୍ମପୁର ଗସ୍ତରେ ଆସି ସହରରେ ନିର୍ମିତ ଏହି ନୂତନ ଥାନାକୁ ଉଦଘାଟନ କରିଥିବା ବେଳେ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି ସତ୍ୟବ୍ରତ ଭୋଇ ,ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ରଙ୍କ ସମେତ ପୋଲିସ ବିଭାଗର ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ ।

ଗୋଷାଣିନୂଆଗାଁ ଥାନାର ନୂତନ କୋଠାକୁ ଉଦଘାଟନ କଲେ ପୋଲିସ ଡିଜି

ଏହି ଅବସରରେ ପୋଲିସ ମହାନିର୍ଦ୍ଦେଶକ ଏହି ନୂତନ କୋଠାରେ ପୋଲିସ ବ୍ୟାରେକ ସହିତ ସମସ୍ତ ପ୍ରକାର ସୁବିଧା ରହିଥିବା ବେଳେ ଏହା ଅନେକ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ସହରର ବଡବଜାର ଥାନା ଅଞ୍ଚଳରେ ହୋଇଥିବା ଏଟିଏମ୍ ଗାଡି ନେଇ ଫେରାର ଘଟଣାରେ ପୋଲିସକୁ ମିଳିଥିବା ସଫଳତା ନେଇ ବ୍ରହ୍ମପୁର ପୋଲିସକୁ ସାଧୁବାଦ ଜଣାଇଛନ୍ତି ଅଭୟ । ସହରର ଗୋଷାଣିନୂଆଗାଁ ଥାନା ନବନିର୍ମିତ କୋଠା ପାଇଁ ରାଜ୍ୟର ଷ୍ଟେଟପ୍ଲାନରୁ ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ଏକ କୋଟି ୯୮ ଲକ୍ଷ ୩୮ ହଜାର ଟଙ୍କାର ଅନୁଦାନ ମିଳିଥିବା ବେଳେ ନୂତନ ଥାନାର ନିର୍ମାଣ କାର୍ଯ୍ୟ ରାଜ୍ୟ ପୋଲିସ ହାଉସିଙ୍ଗ ଏବଂ ୱେଲଫର୍ କର୍ପୋରେସନ୍ ସଂସ୍ଥାକୁ ପ୍ରଦାନ କରାଯାଇଥିଲା । ମୋଟ ୮୦୬୩ ବର୍ଗ ପୁଟ ପରିଧି ମଧ୍ୟରେ ଏହି ସୁନ୍ଦର ଥାନାକୁ ନିର୍ମାଣ କରାଯାଇଛି ।

ଗତ ୨୦୦୯ ମସିହା ଅଗଷ୍ଟ ମାସର ୫ ତାରିଖରୁ ନୂତନ ଥାନାର ସ୍ଥାନ ଚିହ୍ନଟ କରାଯିବା ପରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାୟ ଦୁଇ ବର୍ଷ ମଧ୍ୟରେ ଏହି କୋଠା ନିର୍ମାଣ ଶେଷ ହୋଇପାରିଛି । ମୁଖ୍ୟତଃ ୨୦୦୨ ମସିହାରେ ଗୋଷାଣିନୂଆଗାଁ ଫାଣ୍ଡିକୁ ଥାନାର ମାନ୍ୟତା ମିଳିଥିଲା । ସେହିପରି ବ୍ରହ୍ମପୁର ପୋଲିସ ଜିଲ୍ଲାର ଗୋପାଳପୁର ଥାନା ଅନ୍ତର୍ଗତ ଭଞ୍ଜବିହାର ଫାଣ୍ଡିର ନୂତନ କୋଠାକୁ ଉଦଘାଟନ କରିଥିଲେ ପୋଲିସ ମହାନିର୍ଦ୍ଦେଶକ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details