ଓଡିଶା

odisha

ETV Bharat / city

Odisha ULB Polls: ବିଜେପି ପ୍ରାର୍ଥୀଙ୍କୁ ବିଜେଡିର ଧମକ ! - ପୌର ନିର୍ବାଚନ

ପୌର ନିର୍ବାଚନକୁ ନେଇ ସରଗରମ ରାଜନୀତି । ବିଜେପିରୁ ପ୍ରତିଦ୍ବନ୍ଦିତା କରୁଥିବା ୩୫ ନମ୍ବର କର୍ପୋରେଟର ପ୍ରାର୍ଥୀଙ୍କୁ ମିଳୁଛି ଧମକ ! ପ୍ରଲୋଭନ ଦେଖାଇ ନିର୍ବାଚନକୁ କରାଯାଉଛି ପ୍ରଭାବିତ । ଶାସକ ଦଳ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିଛି ବିଜେପି । ଅଧିକ ପଢନ୍ତୁ

Odisha ULB Poll : ବିଜେପି ପ୍ରାର୍ଥୀଙ୍କୁ ବିଜେଡି ଦେଉଛି ଧମକ !
Odisha ULB Poll : ବିଜେପି ପ୍ରାର୍ଥୀଙ୍କୁ ବିଜେଡି ଦେଉଛି ଧମକ !

By

Published : Mar 11, 2022, 7:20 AM IST

ବ୍ରହ୍ମପୁର:ପୌର ନିର୍ବାଚନକୁ ନେଇ ସରଗରମ ରାଜନୀତି । ବିଜେପିରୁ ପ୍ରତିଦ୍ବନ୍ଦିତା କରୁଥିବା ୩୫ ନମ୍ବର କର୍ପୋରେଟର ପ୍ରାର୍ଥୀଙ୍କୁ ମିଳୁଛି ଧମକ ! ପ୍ରଲୋଭନ ଦେଖାଇ ନିର୍ବାଚନକୁ କରାଯାଉଛି ପ୍ରଭାବିତ । ଶାସକ ଦଳ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିଛି ବିଜେପି ।

Odisha ULB Poll : ବିଜେପି ପ୍ରାର୍ଥୀଙ୍କୁ ବିଜେଡି ଦେଉଛି ଧମକ !

ଏହାବି ପଢନ୍ତୁ :ବିଜେଡିରେ ଟିକେଟ କନ୍ଦଳ: ଅସନ୍ତୁଷ୍ଟଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଦଳର ଜିଲ୍ଲା ସଭାପତି ବିଭୂତି ଜେନାଙ୍କ ସମେତ ଦଳର ବହୁ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତରେ ପ୍ରାର୍ଥୀପତ୍ର ଦାଖଲ ପରେ ଠାରୁ ବିଜେପି ପ୍ରାର୍ଥୀଙ୍କୁ ଧମକାଇବା ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହର କରିବା ପାଇଁ ବାଧ୍ୟ କରାଯାଉଛି । ଶାସକ ଦଳ ହାରିବା ଭୟରେ ଏପରି ହୀନ କାର୍ଯ୍ୟ କରି ଗଣତନ୍ତ୍ରର ହତ୍ୟା କରୁଛି ବୋଲି କହିଛି ବିଜେପି ।

ଏଥିରେ ପ୍ରଶାସନ ହସ୍ତକ୍ଷେପ କରିବାକୁ ଦାବି କରିଛି ବିଜେପି । ଯାହାକୁ ନେଇ ଆଜି(ଶୁକ୍ରବାର) ଠାରୁ ନିର୍ବାଚନ ଅଧିକାରୀ ତଥା ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଦଳ ପକ୍ଷରୁ ପ୍ରହରା ଦେବ ବୋଲି କହିଛି ଦଳ ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details