ବ୍ରହ୍ମପୁର: ଜୀବନବ୍ୟାପୀ ସଫଳତା ପାଇଁ ଆସ୍କା ଲୋକସଭା ସାଂସଦ ପ୍ରମିଳା ବିଷୋୟୀଙ୍କୁ ମିଳିଲା ‘ଆର୍ଥ ହିରୋ ଆୱାର୍ଡ’ । ପ୍ରମିଳା ବର୍ଷ ବର୍ଷ ଧରି ନିଜର ଚେରମାରିଆ ପାକଡି ଅଞ୍ଚଳରେ ମୟୂର ମାନଙ୍କ ସୁରକ୍ଷା ଓ ସେମାନଙ୍କର ସଂରକ୍ଷଣ ଦିଗରେ କାର୍ଯ୍ୟ କରିବା ସହ ଜୀବନବ୍ୟାପୀ ସଫଳତା (ଲାଇଫ ଟାଇମ ଆଚିଭମେଣ୍ଟ) ପାଇଁ 2019 ମସିହାର ଆର୍ଥ ହିରୋ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି ।
ନୂଆଦିଲ୍ଲୀ ଠାରେ ଆୟୋଜିତ ହୋଇଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ରୟାଲ ବ୍ୟାଙ୍କ ଅଫ୍ ସ୍କର୍ଟଲାଣ୍ଡ (ଆରବିଏସ) ଗ୍ରୁଫ୍ ପକ୍ଷରୁ ଏହି ସମ୍ମାନ ଜନକ ଆୱାର୍ଡ ପ୍ରଦାନ କରାଯାଇଛି । ଆସିକା ସାଂସଦଙ୍କୁ ଏହି ଆୱାର୍ଡ ପ୍ରଦାନ ଉତ୍ସବରେ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, ଗଞ୍ଜାମ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ସୁରଥ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।