ଓଡିଶା

odisha

ETV Bharat / city

ଆହାର କେନ୍ଦ୍ରରେ ସାଂସଦ-ବିଧାୟକ: ପାଣିଘେରରେ ଖାଇଲେ, ମାନ ପରଖିଲେ

ବ୍ରହ୍ମପୁର ଆହାର କେନ୍ଦ୍ର ଅନୁଧ୍ୟାନ କଲେ ସାଂସଦ ଓ ବିଧାୟକ । ଆହାର କେନ୍ଦ୍ରର ସୁବିଧା ଅସୁବିଧା ପଚାରି ବୁଝିବା ସହ ଖାଦ୍ୟର ମାନ ପରଖିବାକୁ ନିଜେ ଭାତ, ଡାଲମା ଓ ଆଚାର ମଧ୍ୟ ଖାଇଛନ୍ତି ।

ଆହାର କେନ୍ଦ୍ର ଅନୁଧ୍ୟାନ କଲେ ସାଂସଦ ଓ ବିଧାୟକ

By

Published : Oct 15, 2019, 9:43 PM IST

Updated : Oct 16, 2019, 4:52 AM IST

ବ୍ରହ୍ମପୁର: ବ୍ରହ୍ମପୁର ସହରର କିଭଳି ଚାଲିଛି ଆହାର କେନ୍ଦ୍ର ତାହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ଥାନୀୟ ସାଂସଦ ଚନ୍ଦ୍ର ଶେଖର ସାହୁ ଏବଂ ବିଧାୟକ ବିକ୍ରମ କୁମାର ପଣ୍ଡା । ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧି ସାଧାରଣ ଜନତାଙ୍କର ନିକଟତର ହେଉଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ସ୍ବଚ୍ଛତା ଆଣିବା ପାଇଁ ଇତି ମଧ୍ୟରେ 5‘ଟି’ ଏବଂ ମୋ ସରକାର ଯୋଜନା ମଧ୍ୟ ତିଆରି ହୋଇଛି ।

ଆହାର କେନ୍ଦ୍ର ଅନୁଧ୍ୟାନ କଲେ ସାଂସଦ ଓ ବିଧାୟକ

କେଉଁଠି ରାଜ୍ୟର ବରିଷ୍ଠ ସଚିବ ମାନେ କିଭଳି ସ୍ବାସ୍ଥ୍ୟସେବା ଚାଲିଛି ବୁଝୁଛନ୍ତି ତ ଆଉ କେଉଁଠି ଦୁର୍ଗମ ଅଞ୍ଚଳର ବିଭିନ୍ନ ବ୍ୟବସ୍ଥାକୁ ଅନୁଧ୍ୟାନ କରାଯାଉଛି । ଉଭୟ ବିଧାୟକ ଓ ସାଂସଦ ସହରର ନୂତନ ବସଷ୍ଟାଣ୍ଟ ଆହାର କେନ୍ଦ୍ରରେ ପହଞ୍ଚି ସେଠାକାର ରହିଥିବା ସମସ୍ତ ବିଷୟକୁ ତଦାରଖ କରିଛନ୍ତି ।

ଆହାର କେନ୍ଦ୍ରରେ ପାଣି ଜମିରହିବା ସହ ସଫେଇ ବ୍ୟବସ୍ଥା ଠିକ ନଥିବା ଉଭୟ ବିଧାୟକ ଓ ସାଂସଦ ଦେଖିବାକୁ ପାଇଥିଲେ । ଏହାସହ ପୂର୍ବରୁ ସମସ୍ୟା ସଂପର୍କରେ ଅଧିକାରୀ ମାନେ ଜାଣିଥିଲେ କି ନାହିଁ ତାହା ପଚାରିବୁଝିବା ସହ ନିଜେ ଆହାର କେନ୍ଦ୍ରରେ ଭାତ ,ଡାଲମା ସହ ଆଚାର ଖାଇଥିଲେ । ରହିଥିବା ସମସ୍ୟା ନେଇ ଅଧିକାରୀ ମାନଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ

Last Updated : Oct 16, 2019, 4:52 AM IST

ABOUT THE AUTHOR

...view details