ବ୍ରହ୍ମପୁର: ଆଇଟିଆଇ ବିଦ୍ୟାର୍ଥୀ ନିର୍ମାଣ କରିବେ ଡ୍ରୋନ । ବର୍ତ୍ତମାନର ସମୟରେ ବଜାରରେ ଟେକ୍ନୋଲୋଜି ପରିବର୍ତ୍ତନ ସାଙ୍ଗକୁ ଡ୍ରୋନର ଚାହିଦା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସରକାରୀ ଆଇଟିଆଇ ଏବଂ ଡ୍ରୋନ ପ୍ରସ୍ତୁତକାରୀ ସଂସ୍ଥା ଆଇଜି ଡ୍ରୋନସ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି ।
ପୂର୍ବରୁ ଇଂଜିନିୟରିଂ ବିଭାଗର ବିଦ୍ୟାର୍ଥୀ ଯାହାକୁ ପ୍ରସ୍ତୁତ କରୁଥିଲେ ତାହାକୁ ବର୍ତ୍ତମାନ ବ୍ରହ୍ମପୁର ଆଇଟିଆଇ ଛାତ୍ରଛାତ୍ରୀ ମାନେ ତାଲିମ ନେଇ ଡ୍ରୋନ ନିର୍ମାଣ କରିବାକୁ ଯାଉଛନ୍ତି । ଆଧୁନିକ ଯୁଗରେ ଡ୍ରୋନର ଚାହିଦା କେବଳ ଫଟୋ ଉଠାଇବା ମଧ୍ୟରେ ସୀମିତ ହୋଇ ରହିନଥିବା ବେଳେ ଯୁଦ୍ଧ ଠାରୁ ଆରମ୍ଭ କରି ସ୍ମାର୍ଟ ସିଟି ପର୍ଯ୍ୟନ୍ତ , ବୁଲେଟ୍ ଟ୍ରେନ ଠାରୁ ଆରମ୍ଭ କରି ସୋଲାର ସେକ୍ଟର ପର୍ଯ୍ୟନ୍ତ ସବୁଠାରେ ଡ୍ରୋନର ବ୍ୟବହାର ବୃଦ୍ଧି ପାଇଛି । ପୂର୍ବରୁ ବ୍ରହ୍ମପର ଆଇ.ଟି.ଆଇ ର ମେକାନିକାଲ୍ ସେକ୍ଟେର ବିଦ୍ୟାର୍ଥୀ ମାନେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରି ବିଶ୍ବ ଦର ଦରବାରରେ ଆଦୃତ ହେବା ସହିତ ବହୁତ ଉଚ୍ଚମାନର ପ୍ରଶଂସା ମଧ୍ୟ ପାଇଛନ୍ତି ।