ବ୍ରହ୍ମପୁର: ୮୦ ଫୁଟ ଉଚ୍ଚତା ଉପରେ ରହିଥିବା ମୋବାଇଲ ଟାୱାର ଉପରୁ ଏକ ହନୁ ମାଙ୍କଡକୁ ଉଦ୍ଧାର କରିଛନ୍ତି ବ୍ରହ୍ମପୁର ବନବିଭାଗ ଏବଂ ଅଗ୍ନିଶମ ବିଭାଗ। ସହରର ଗେଟ ବଜାର ସ୍ଥିତ ଜୟମଙ୍ଗଳ ନଗର ଅଞ୍ଚଳରେ ରହିଥିବା ଏକ ମୋବାଇଲ ଟାୱାରରେ ସୋମବାର ରାତିରୁ ହିଁ ଏକ ମାଙ୍କଡ କୌଣସି କାରଣ ବଶତଃ ଚଢିଯାଇଥିଲା ।
ଆଉ ସେଠାରେ ରହିଥିବା ତାର ମଧ୍ୟରେ ମାଙ୍କଡର ଲାଞ୍ଜଟି ଫସି ଯାଇଥିବା ଯୋଗୁଁ ସେ ସେଠାରୁ ଆସି ପାରୁନଥିଲା । ସ୍ଥାନୀୟ ଲୋକେ ଏହା ଦେଖିବା ପରେ ଏହାକୁ ନେଇ ଅଗ୍ନିଶମ ବିଭାଗ ଏବଂ ବନବିଭାଗକୁ ଖବର ଦେଇଥିଲେ ।
ଏହା ପରେ ଉଭୟ ବିଭାଗର କର୍ମଚାରୀ ମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ କିଭଳି ମାଙ୍କଡକୁ ଉଦ୍ଧାର କରାଯିବ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଇଥିଲା । ପରେ ବନ ବିଭାଗର ଫରେଷ୍ଟ ଗାର୍ଡ ଶ୍ରୀକାନ୍ତ ପଢିଆଳି ଦୀର୍ଘ ଦୁଇ ଘଣ୍ଟା ଧରି ପରିଶ୍ରମ କରିବା ପରେ ଅନ୍ୟ କର୍ମଚାରୀଙ୍କ ସହାୟତାରେ ମାଙ୍କଡକୁ ଉଦ୍ଧାର କରିଥିଲେ ।
ଉଦ୍ଧାର ହେବା ପରେ ମାଙ୍କଡକୁ ସୁରକ୍ଷିତ ସ୍ଥାନକୁ ଛଡାଯାଇଛି । କିଭଳି ରହିଥିଲା ଏହି ଉଦ୍ଧାର କାର୍ଯ୍ୟ ସେ ନେଇ ବନ ବିଭାଗର ଫରେଷ୍ଟଗାର୍ଡ ଶ୍ରୀକାନ୍ତ ପଢିଆଳି ଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା...
୮୦ ଫୁଟ ଉଚ୍ଚ ମୋବାଇଲ ଟାୱାରରୁ ଉଦ୍ଧାର ହେଲା ହନୁ