ଓଡିଶା

odisha

ETV Bharat / city

ଦିଗପହଣ୍ଡିରେ ସୁନା ବେପାରୀଙ୍କୁ ଖଣ୍ଡାରେ ଆକ୍ରମଣ ଅଭିଯୋଗ - miscreants attack Gold traders

ଦିଗପହଣ୍ଡିରେ କଳାମୁଖା ଦୁବୃର୍ତ୍ତଙ୍କ ଆତଙ୍କରାଜ । ସୁନା ବେପାରୀଙ୍କୁ ପଲସରରେ ଆସି ଖଣ୍ଡାରେ ଆକ୍ରମଣ କରିବା ସହ ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

miscreants attack Gold traders with swords in Digapahandi
ଦିଗପହଣ୍ଡିରେ ସୁନା ବେପାରୀଙ୍କୁ ଖଣ୍ଡାରେ ଆକ୍ରମଣ ଅଭିଯୋଗ

By

Published : Nov 24, 2020, 3:03 AM IST

ବ୍ରହ୍ମପୁର: କଳାମୁଖା ଦୁବୃର୍ତ୍ତଙ୍କ ଆତଙ୍କରାଜ । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ସହରରେ ବିଳମ୍ବିତ ରାତ୍ରରେ କଳା ମୁଖା ପିନ୍ଧି ଦୁଇଜଣ ଦୁବୃର୍ତ୍ତ ସହରରେ ଆତଙ୍କରାଜ ଖେଳାଇଥିବା ବେଳେ ସୁନାବେପାରୀ ବାପା ଓ ପୁଅକୁ ଖଣ୍ଡାରେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଦୁବୃର୍ତ୍ତଙ୍କ ଆକ୍ରମଣର ଶିକାର ହୋଇଥିବା ସୁନା ବ୍ୟବସାୟୀଙ୍କ ବାପା ଦେବେନ୍ଦ୍ର ପାତ୍ର ଓ ପୁଅ ମଧୂସୁଦନ ପାତ୍ର ବୋଲି ଜଣାପଡିଛି ।

ଦିଗପହଣ୍ଡିରେ ସୁନା ବେପାରୀଙ୍କୁ ଖଣ୍ଡାରେ ଆକ୍ରମଣ ଅଭିଯୋଗ

ସୂଚାଅନୁଯାୟୀ ସୋମବାର ରାତ୍ର ୮ ଟା ୫୦ ମିନିଟ ସମୟରେ ଦିଗପହଣ୍ଡି ଶାସନ ସାହି ନିକଟସ୍ଥ ମଧୁସୂଦନ ସୁନା ଦୋକାନ ମାଲିକ ମଧୁସୂଦନ ପାତ୍ର ନିଜ ଦୋକାନ ବନ୍ଦ କରୁଥିବା ସମୟରେ ଦୁଇ ଜଣ ଦୁବୁର୍ତ୍ତ ଏକ ପଲସର ମୋଟର ସାଇକେଲରେ ମୁହଁରେ କଳାମୁଖା ପିନ୍ଧି ଦୋକାନ ସମ୍ମୁଖରେ ପହଞ୍ଚି ପ୍ରଥମେ ମଧୁସୂଦନ ଉପରେ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହା ଦେଖି ନିକଟସ୍ଥ ଘରେ ରହୁଥିବା ବାପା ଦେବେନ୍ଦ୍ର ପୁଅକୁ ବଞ୍ଚାଇବାକୁ ଆସି ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏହାଫଳରେ ଚିତ୍କାର ଶୁଣି ଲୋକ ମାନେ ରୁଣ୍ଡ ଦେଖି ସେଠାରୁ ବସଷ୍ଟାଣ୍ଡ ଦେଇ ଦୁଇ ଦୁବୁର୍ତ୍ତ ଚମ୍ପଟ ମାରିଥିବା ବେଳେ ଏକ ବୋମା ତଳେ ପଡିଥିବା ସୂଚନା ମିଳିଛି । ଯାହାଫଳରେ ସ୍ଥାନୀୟ ସହରବାସୀଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି ।

ଦିଗପହଣ୍ଡିରେ ସୁନା ବେପାରୀଙ୍କୁ ଖଣ୍ଡାରେ ଆକ୍ରମଣ ଅଭିଯୋଗ
ଦିଗପହଣ୍ଡିରେ ସୁନା ବେପାରୀଙ୍କୁ ଖଣ୍ଡାରେ ଆକ୍ରମଣ ଅଭିଯୋଗ

ସେପଟେ ଦୁବୁର୍ତ୍ତଙ୍କ ଆକ୍ରମଣରେ ଆହାତ ଉଭୟ ବାପା ଓ ପୁଅକୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଘଟଣାପରେ ଦିଗପହଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

For All Latest Updates

ABOUT THE AUTHOR

...view details