ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପୁଣି ଲଜ୍ଜା । ଜିଲ୍ଲାର ହିଞ୍ଜିଳି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିବା ପରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି । ଏହି ଥାନା ଅଧିନସ୍ଥ ଏକ ଗ୍ରାମରେ ଜଣେ 11 ବର୍ଷୀୟ ନାବାଳିକାଙ୍କୁ ଏକ ଦୋକାନୀ ଆଳୁ ଦେବା ବାହାନାରେ ଏଭଳି ଘଟଣା କରିଥିବା ଅଭିଯୋଗ ହୋଇଛି ।
ଘଟଣା ଗତ 16 ତାରିଖ ଦିନ ଘଟିଥିବା ବେଳେ ଉକ୍ତ ନାବାଳିକାଙ୍କ ପରିବାର ଉପରେ ଚାପ ପକାଯାଇ ଘଟଣାକୁ ଚପାଇବା ପାଇଁ ଉଦ୍ୟମ ହୋଇଥିଲା । ତଥାପି ନାବଳିକାର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ନାବାଳିକାଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲକୁ ଅଣାଯାଇ ଡାକ୍ତରୀ ପରୀକ୍ଷା କରାଯାଇଥିଲା ।