ବ୍ରହ୍ମପୁର: ବିଦ୍ୟାଳୟ ପରିଦର୍ଶନରେ ଅଚାନକ ପହଞ୍ଚିଲେ ବିଧାୟକ । ଗସ୍ତରେ ଆସି ବିଦ୍ୟାର୍ଥୀଙ୍କୁ ପାଠ ପଢାଇଲେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା । ଗଞ୍ଜାମ ବ୍ଲକର ପାଳିବନ୍ଧ ଓ ହୁମ୍ମା ଗ୍ରାମ ପଞ୍ଚାୟତ ଅଧିନସ୍ଥ ସ୍କୁଲ ଗସ୍ତରେ ଯାଇ ସମସ୍ୟା ପଚାରି ବୁଝିଛନ୍ତି ।
ଅଚାନକ ଗସ୍ତ କରି ବିଦ୍ୟାର୍ଥୀଙ୍କୁ ପାଠ ପଢ଼ାଇଲେ ବିଧାୟକ - minister subhash chandra behera
ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ବିଦ୍ୟାଳୟ ପରିଦର୍ଶନରେ ଅଚାନକ ପହଞ୍ଚିଲେ ଅଧିକ ପଢନ୍ତୁ...
ପ୍ରଥମେ ପାଳିବନ୍ଧ ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ଆବାସିକା ବିଦ୍ୟାଳୟ ଯାଇ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଏହାପରେ ବିଦ୍ୟାର୍ଥୀଙ୍କ ସହ ସ୍ବାସ୍ଥ୍ୟ ସମସ୍ୟା ଠାରୁ ଆରମ୍ଭ କରି ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ । ପରେ ପାଳିବନ୍ଧ ଉଚ୍ଚ ବିଦ୍ୟାଳୟ ଗସ୍ତ କରି ବିଦ୍ୟାର୍ଥୀଙ୍କ ମଧ୍ୟାହ୍ନ ଭୋଜନ ଯାଞ୍ଚ କରିଥିଲେ । ଏହା ସହ ଛାତ୍ରଛାତ୍ରୀଙ୍କ ପାଠ ବିଷୟ ଠାରୁ ଆରମ୍ଭ କରି ବିଭିନ୍ନ ବିଷୟରେ ପଚାରିଥିଲେ ।
ଏହାପରେ ହୁମା ସ୍ଥିତ ସରକାରୀ ଅନୁସୂଚିତ ଜନଜାତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ପାଠ୍ୟ ବିଷୟକୁ ପଚାରି ବୁଝିବା ସହ ମଧ୍ୟାହ୍ନ ଭୋଜନ ଉପରେ ସେ ଅନୁଧ୍ୟାନ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସଚିବମାନେ ବିଭିନ୍ନ ସ୍ଥାନକୁ ଗ୍ରସ୍ତ କରୁଥିବା ବେଳେ ବିଧାୟକଙ୍କ ଏଭଳି ଅଚାନକ ଅନୁଧ୍ୟାନ ଶିକ୍ଷା ବିଭାଗରେ ସଂସ୍କାର ଆଣିବାରେ ସହାୟକ ହେବ ମତ ପ୍ରକାଶ ପାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ