ଓଡିଶା

odisha

ETV Bharat / city

ଗଞ୍ଜାମ ଓ ଗଜପତିରେ ମୃଦୁ ଭୂକମ୍ପ ଝଟକା, ତୀବ୍ରତା 3.8 ରେକର୍ଡ - ଭୂକମ୍ପ

ବ୍ରହ୍ମପୁର ଠାରୁ 73 କିମି ପଶ୍ଚିମ ଦକ୍ଷିଣ-ପଶ୍ଚିମରେ ଭୂମିକମ୍ପ ଅନୁଭୂତ... 3.8 ମ୍ୟାଗ୍ନିଟ୍ୟୁଡର ଭୂମିକମ୍ପ ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ...

earthquake, earthquake in odisha, earthquake in ganjam and gajapati, earthquake update in odisha, state weather update, ଭୂକମ୍ପ, ରାଜ୍ୟରେ ଭୂକମ୍ପ, ଗଞ୍ଜାମ ଓ ଗଜପତିରେ ଭୂକମ୍ପ, ରାଜ୍ୟରେ ଭୂକମ୍ପ ଅପଡେଟ, ରାଜ୍ୟ ପାଣିପାଗ ଖବର
ଗଞ୍ଜାମ ଓ ଗଜପତିରେ ମୃଦୁ ଭୂକମ୍ପ ଝଟକା, ତୀବ୍ରତା 3.8 ରେକର୍ଡ

By

Published : Aug 8, 2020, 8:16 AM IST

Updated : Aug 8, 2020, 9:54 AM IST

ବ୍ରହ୍ମପୁର: ଗଞ୍ଜମ ଓ ଗଜପତି ଜିଲ୍ଲାରେ ଶନିବାର ସକାଳେ ଅନୁଭୂତ ହୋଇଛି ମୃଦୁ ଭୂମିକମ୍ପ । ବ୍ରହ୍ମପୁରଠାରୁ 73 କିଲୋମିଟର ପଶ୍ଚିମ-ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ସକାଳ 7ଟା 10 ମିନିଟ 2 ସେକାଣ୍ଡ ସମୟରେ ଏହା ଅନୁଭୂତ ହୋଇଥିବା ପାଣିପାଗ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.8 ରହିଥିବା ଜଣାପଡିଛି ।

ଗଞ୍ଜାମ ଓ ଗଜପତିରେ ମୃଦୁ ଭୂକମ୍ପ ଝଟକା, ତୀବ୍ରତା 3.8 ରେକର୍ଡ

ଏହି ଭୂମିକମ୍ପ ପ୍ରାୟତଃ 16 କିଲୋମିଟର ଗଭୀରତା ପର୍ଯ୍ୟନ୍ତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଚିକିଟି, ପାତ୍ରପୁର ଏବଂ ଗଜପତି ଜିଲ୍ଲାର ମୋହନା ଅଞ୍ଚଳ ସମେତ ଆନ୍ଧ୍ରପ୍ରଦେଶ ସୀମାନ୍ତ ଶ୍ରୀକାକୁଲମ୍ ଅଞ୍ଚଳରେ ଅନୁଭୂତ ହୋଇଥିବା ଜଣାପଡିଛି । ସେପଟେ ଭୂମିକମ୍ପର କେନ୍ଦ୍ରସ୍ଥଳ 19.18 ଡିଗ୍ରୀ ଉତ୍ତର ଏବଂ 84.11 ଡିଗ୍ରୀ ପୂର୍ବ ଅଞ୍ଚଳରେ ହୋଇଥିବା ପାଣିପାଗ ବିଭାଗ କାର୍ଯ୍ୟାଳୟର ତଥ୍ୟରୁ ସ୍ପଷ୍ଟ ହୋଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Aug 8, 2020, 9:54 AM IST

ABOUT THE AUTHOR

...view details