ବ୍ରହ୍ମପୁର: ସହର ଉପକଣ୍ଠ ହଳଦିଆ ପଦର ବସଷ୍ଟାଣ୍ଡ ନିକଟରେ ବିଭିନ୍ନ ରାଜ୍ୟରୁ ଆସି ରହିଥିବା ବହୁ ପ୍ରବାସୀ ଓଡିଆ ଖାଇବା ପିଇବାରେ ବିଭିନ୍ନ ସମସ୍ୟା ଉପୁଜୁଥିବା ଅଭିଯୋଗ କରିଛନ୍ତି । ଗତ ତିନି ଦିନ ଧରି ଗଞ୍ଜାମ ଜିଲ୍ଲା ସମତେ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନକୁ ଯିବା ପାଇଁ ଅପେକ୍ଷା କରି ରହିଥିଲେ ଅନେକ ପ୍ରବାସୀ ଶ୍ରମିକ । ହେଲେ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଶେଷରେ ବାଧ୍ୟ ହୋଇ ରାଜରାସ୍ତାକୁ ଓଲ୍ଲାଇଛନ୍ତି ଏମାନେ ।
ଖାଦ୍ୟ ଅସୁବିଧା ପାଇଁ ପ୍ରବାସୀଙ୍କ ଜାତୀୟ ରାଜପଥ ଅବରୋଧ - ପ୍ରବାସୀଙ୍କ ରାସ୍ତା ଅବରୋଧ
ଖାଇବା ପିଇବାରେ ଅସୁବିଧା ନେଇ ଜାତୀୟ ରାଜପଥ ଅବରୋଧ କଲେ ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆ ପଦର ବସଷ୍ଟାଣ୍ଡ ନିକଟରେ ବିଭିନ୍ନ ରାଜ୍ୟରୁ ଆସି ରହିଥିବା ବହୁ ପ୍ରବାସୀ ଓଡିଆ । ଜିଲ୍ଲାପ୍ରଶାସନର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶ୍ରମିକଙ୍କୁ ନିଜ ଅଞ୍ଚଳକୁ ପଠାଯିବା ପାଇଁ ପ୍ରତିଶୃତି ଦିଆଯିବା ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଛି । ଅଧିକ ପଢନ୍ତୁ...
ଖାଦ୍ୟ ଅସୁବିଧା ପାଇଁ ପ୍ରବାସୀଙ୍କ ଜାତୀୟ ରାଜପଥ ଅବରୋଧ
ଜିଲ୍ଲାପ୍ରଶାସନର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶ୍ରମିକଙ୍କୁ ନିଜ ଅଞ୍ଚଳକୁ ପଠାଯିବା ପାଇଁ ପ୍ରତିଶୃତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଛି । ଚେହ୍ନାଇଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟରୁ ଗଞ୍ଜାମ ଜିଲ୍ଲା ସମେତ ଗଜପତି, କନ୍ଧମାଳ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ବହୁ ଶ୍ରମିକ ଏଠାରେ ଆସି ରହୁଥିବା ଜଣାପଡିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ