ଓଡିଶା

odisha

ETV Bharat / city

ଦାଦନଙ୍କ ଦୁଃଖ ହେଉନାହିଁ ଅନ୍ତ; ୟୁପି ଶ୍ରମିକ ତାମିଲନାଡୁରେ ନିର୍ଯ୍ୟାତିତ - ଦାଦନ ଦୁଃଖ

କୋଭିଡ ସମୟରେ ଦେଶରେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ ବିଭିନ୍ନ ରାଜ୍ୟରେ କାର୍ଯ୍ୟରତ ରହିଥିବା ପ୍ରବାସୀ ଶ୍ରମିକ । ଦେଶର ପ୍ରମୁଖ କଳକାରଖାନା ବନ୍ଦ ହୋଇଯିବା ପରେ କିଏ ଶହ ଶହ କିଲୋମିଟର ରାସ୍ତାରେ ଚାଲି ଚାଲି ନିଜ ଭିଟା ମାଟିରେ ପହଞ୍ଚିଥିଲା ତ କାହାର ଏଭଳି ସମୟରେ ହରାଇଥିଲେ ନିଜ ସାଥୀ ଓ ସମ୍ପର୍କୀୟଙ୍କୁ । ହେଲେ ବର୍ତ୍ତମାନ ମଧ୍ୟ ଜାରି ରହିଛି କୋରୋନାର ସାଇଡ୍ ଇଫେକ୍ଟ । ଦେଖିବା ପ୍ରବାସୀ ଶ୍ରମିକଙ୍କ ଦୁଃଖକୁ ନେଇ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ...

ଦାଦନଙ୍କ ଦୁଃଖ ହେଉନାହିଁ ଅନ୍ତ; ୟୁପି ଶ୍ରମିକ ତାମିଲନାଡୁରେ ନିର୍ଯ୍ୟାତିତ
ଦାଦନଙ୍କ ଦୁଃଖ ହେଉନାହିଁ ଅନ୍ତ; ୟୁପି ଶ୍ରମିକ ତାମିଲନାଡୁରେ ନିର୍ଯ୍ୟାତିତ

By

Published : Nov 21, 2020, 5:22 PM IST

ବ୍ରହ୍ମପୁର: ଏମାନେ ହେଲେ ଉତ୍ତରପ୍ରଦେଶର ବର୍ଦ୍ଦେଇ ଜିଲ୍ଲାର ପ୍ରବାସୀ ଶ୍ରମିକ । କୋଭିଡ ମହାମାରୀ ପୂର୍ବରୁ ଏମାନେ ଅର୍ଥ ଉପାର୍ଜନ କରିବା ପାଇଁ ରହିଥିଲେ ତାମିଲନାଡୁ ଅଞ୍ଚଳରେ । ହେଲେ କୋରୋନା ଯୋଗୁଁ କାର୍ଯ୍ୟ ନମିଳିବାରୁ ବହୁ କଷ୍ଟରେ ନିଜ ଭିଟାମାଟିକୁ ଫେରିଥିଲେ । ଆଉ ଏହାର କିଛି ଦିନ ପରେ ପୁଣି କାର୍ଯ୍ୟରେ ଯୋଗ ଦେବା ପାଇଁ ଡାକି ନେଲେ କମ୍ପାନୀ କର୍ତ୍ତୃପକ୍ଷ । କିନ୍ତୁ ସେଠାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ମଜୁରୀ ଦିଆଯାଇ ନଥିବାବେଳେ ନିର୍ଯ୍ୟାତନା ମିଳୁଥିବା ନେଇ ଶେଷରେ ନିଷ୍ପତ୍ତି ନେଇଥିଲେ ନିଜ ଘର ମୁହାଁ ହେବା ପାଇଁ ।

ଦାଦନଙ୍କ ଦୁଃଖ ହେଉନାହିଁ ଅନ୍ତ; ୟୁପି ଶ୍ରମିକ ତାମିଲନାଡୁରେ ନିର୍ଯ୍ୟାତିତ

ଚାରି ଦିନ ଧରି କେତେବେଳେ ନିଜ ପାଦରେ ଚାଲିବା ଠାରୁ ଆରମ୍ଭ କରି ଟ୍ରକ ଚାଳକଙ୍କ ସହାୟତାରେ ପହଞ୍ଚିଥିଲେ ବ୍ରହ୍ମପୁର ସହର ଉପକଣ୍ଠରେ । ବ୍ରହ୍ମପୁରରେ ପହଞ୍ଚିବା ପରେ ସେଠାରେ କିଭଳି ନିର୍ଯ୍ୟାତନା ଦିଆଯାଉଥିଲା ସେ ନେଇ ଅତ୍ୟନ୍ତ ଦୁଃଖର ସହିତ ପ୍ରକାଶ କରିଥିଲେ ଶ୍ରମିକମାନେ ।

ତାମିଲନାଡୁର କାଞ୍ଚିପୁରମ୍ ଅଞ୍ଚଳରୁ ଟ୍ରକ ଯୋଗେ ବ୍ରହ୍ମପୁରରେ ପହଞ୍ଚିଥିବା ଏହି ଶ୍ରମିକମାନେ ପାଦରେ ଚାଲି ଚାଲି ଯାଉଥିବା ଖବର ମିଳିବା ପରେ ସ୍ଥାନୀୟ କେତେକ ନେତୃବୃନ୍ଦ ଏନେଇ ଜିଲ୍ଲା ଶ୍ରମ ବିଭାଗକୁ ଅବଗତ କରାଇଥିଲେ । ଏହାପରେ ୧୦ ଜଣ ପ୍ରବାସୀ ଶ୍ରମିକଙ୍କୁ ପ୍ରଶାସନ ପକ୍ଷରୁ ଖାଇବାକୁ ଦିଆଯିବା ସହିତ ଏକ ସ୍ବତନ୍ତ୍ର ଗାଡି ଯୋଗେ ରାଜଧାନୀ ନିଆଯିବା ପରେ ସେଠାରୁ ଟ୍ରେନ ଯୋଗେ ଉତ୍ତରପ୍ରଦେଶ ପଠାଇବାର ବ୍ୟବସ୍ଥା କରାଯାଇଥିଲା । ସେପଟେ ଏହି ଘଟଣା ଜଣାପଡିବା ପରେ ବର୍ତ୍ତମାନର ସମୟରେ ମଧ୍ୟ ପ୍ରବାସୀ ଶ୍ରମିକ ନିର୍ଯ୍ୟାତିତ ହେଉଛନ୍ତି ତାହା କହିବା ଭୁଲ ହେବନି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details