ଓଡିଶା

odisha

ETV Bharat / city

ମିଳୁନି କାମଧନ୍ଦା, ପୁଣି ସୁରଟ ମୁହାଁ ପ୍ରବାସୀ ଓଡ଼ିଆ - started to going surat

କୋରୋନାର ଦ୍ୱିତୀୟ ଲହରରେ ଦେଶ ଠାରୁ ଆରମ୍ଭ କରି ରାଜ୍ୟରେ ସଂକ୍ରମଣର ମାତ୍ରା କମିବା ପରେ ପୁଣି ସୁରଟ ମୁହାଁ ଗଞ୍ଜାମର ପ୍ରବାସୀ ଓଡିଆ । ପରିବାର ମୁହଁରେ ଦାନା ଟିକେ ଦେବା ପାଇଁ ଶେଷରେ ନିରୁପାୟ ହୋଇ ପୁଣିଥରେ ସୁରତ ମୁହାଁ ହୋଇଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକ। ଅଧିକ ପଢନ୍ତୁ...

ମିଳୁନି କାମଧନ୍ଦା, ପୁଣି ସୁରଟ ମୁହାଁ ପ୍ରବାସୀ ଓଡ଼ିଆ
ମିଳୁନି କାମଧନ୍ଦା, ପୁଣି ସୁରଟ ମୁହାଁ ପ୍ରବାସୀ ଓଡ଼ିଆ

By

Published : Jun 27, 2021, 3:36 PM IST

ବ୍ରହ୍ମପୁର: ଏବେ ଲୋକଙ୍କ ଉପରେ ଦାଉ ସାଧୁଛି କୋରୋନାର ଦ୍ବିତୀୟ ଲହର । ଆଜକୁ 3 ରୁ 4 ମାସ ହେଇଗଲା । ହାତ ବାନ୍ଧି ଘରେ ବସି ରହିଛନ୍ତି ପ୍ରବାସୀ । ତେବେ କୋରୋନାର ଦ୍ୱିତୀୟ ଲହରରେ ଦେଶ ଠାରୁ ଆରମ୍ଭ କରି ରାଜ୍ୟରେ ସଂକ୍ରମଣର ମାତ୍ରା କମିବା ପରେ ପୁଣି ସୁରଟ ମୁହାଁ ଗଞ୍ଜାମର ପ୍ରବାସୀ ଓଡିଆ । କୋରୋନାର ଭୟାବହତାକୁ ଦେଖି ନିଜର ଓ ନିଜ ପରିବାରର ଜୀବନ ବଞ୍ଚାଇବା ପାଇଁ ସୁରତରୁ ନିଜ ଜନ୍ମମାଟିକୁ ଫେରିଥିଲେ । ଯାହାକିଛି ରୋଜଗାର କରି ଆଣିଥିଲେ ଏବା ତାହା ଶେଷ। ଉପରେ ନିଜ ଅଞ୍ଚଳରେ କାମଧନ୍ଦା ନଥିବାରୁ ଏବେ ସମସ୍ତେ ବେକାର। ପରିବାର ମୁହଁରେ ଦାନା ଟିକେ ଦେବା ପାଇଁ ପାଖରେ ନାହିଁ ଅର୍ଥ । ଶେଷରେ ନିରୁପାୟ ହୋଇ ପୁଣିଥରେ ସୁରତ ମୁହାଁ ହୋଇଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକ। ଏଥିପାଇଁ ବ୍ରହ୍ମପୁର ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ଲୋକଙ୍କ ଅସମ୍ଭାଳ ଭିଡ଼।

ମିଳୁନି କାମଧନ୍ଦା, ପୁଣି ସୁରଟ ମୁହାଁ ପ୍ରବାସୀ ଓଡ଼ିଆ

ଇଏ ହେଉଛନ୍ତି ଜଣେ ଓଡିଆ ଘରର ଶିକ୍ଷିତ ଯୁବତୀ । ଘର ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଇଙ୍ଗିନାଠି ପଞ୍ଚାୟତରେ । ଯୁକ୍ତ ତିନି ଶିକ୍ଷା ଶେଷ ପରେ ନିଜ ଅଞ୍ଚଳରେ କୌଣସି କାର୍ଯ୍ୟ ନପାଇ ଶେଷରେ ବାହାରିଛନ୍ତି ସୁରଟ ଅଭିମୁଖେ । ଗୋଟିଏ ପଟେ କୋଭିଡର ଭୟ ଏବଂ ଅନ୍ୟପଟେ ପେଟର ଭୋକ । ଏଭଳି ସ୍ଥିତିରେ ସୁରଟ ଯାଇ କାର୍ଯ୍ୟ କରିବାକୁ ମନସ୍ତ କରିଛନ୍ତି ଯବତୀ ଜଣକ । ଏଭଳି ଗଞ୍ଜାମ ଜିଲ୍ଲାର ଅନେକ ଯୁବକ /ଯୁବତୀ କୋରୋନାର ଦ୍ବିତୀୟ ଲହରର ସଂକ୍ରମଣ ଟିକେ କମିବା ପରେ ବାହାରିଛନ୍ତି ନିଜର କର୍ମସ୍ଥଳକୁ । ମୁଖ୍ୟତଃ ଗଞ୍ଜାମ ଜିଲ୍ଲାର ବହୁ ଗ୍ରାମାଞ୍ଚଳର ପ୍ରବାସୀ ଓଡିଆ ମାନେ ସୁରଟ ଉପରେ ନିର୍ଭର କରୁଥିବା ବେଳେ ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ସୁରତ ଫେରିବା ପାଇଁ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି ।

କୋରୋନା ରୂପକ ମହାମାରୀର ଆରମ୍ଭ ସମୟରୁ ଅଦ୍ୟାବଧି ପର୍ଯ୍ୟନ୍ତ ଏହି ପ୍ରବାସୀ ଓଡିଆ ମାନେ ଅନେକ ଦୁଃଖ ଓ କଷ୍ଟ ପାଇଥିବା ବେଳେ ଦୀର୍ଘଦିନ ଧରି ନିଜ ଜନ୍ମମାଟିରେ ବସି ରହିଥିଲେ ମଧ୍ୟ କୌଣସି କର୍ମସଂସ୍ଥାନ ପାଇନଥିଲେ । ଶେଷରେ କୋଭିଡ ଯୋଗୁଁ କିଏ ନିଜର ପରିବାରକୁ ନିଜ ଗ୍ରାମରେ ଛାଡି ଯିବା ପାଇଁ ବାହାରିଛି ତ ଆଉ କିଏ ପରିବାରକୁ ସାଙ୍ଗରେ ନେଇ ବାହାରିଛନ୍ତି । ଆଗକୁ କୋରୋନାର ତୃତୀୟ ଲହର ଆସିବ ବୋଲି କରାଯାଉଛି ଆଶଙ୍କା। ଏହାସତ୍ତ୍ବେ ଗଞ୍ଜାମ ଜିଲ୍ଲାରୁ ହଜାର ହଜାର ଶ୍ରମିକ ଏବେ ବିଭିନ୍ନ ରାଜ୍ୟକୁ ଯାଉଛନ୍ତି। କାରଣ ସମସ୍ତଙ୍କୁ ନିଜ ପରିବାର ଭରଣପୋଷଣ ଚିନ୍ତା। ଓଡ଼ିଶାରେ କୌଣସି କାମଧନ୍ଦା ନ ମିଳିବାରୁ ଦୀର୍ଘ ଦିନ ପରେ ବାଧ୍ୟ ହୋଇ କାର୍ଯ୍ୟସ୍ଥଳକୁ ଫେରୁଛନ୍ତି ପ୍ରବାସୀ ଓଡିଆ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details