ଓଡିଶା

odisha

ETV Bharat / city

ଯୁବକଙ୍କ ଅଭାବନୀୟ କାଣ୍ଡ, କଟା ପାପୁଲି ପଲିଥିନରେ ଧରି ଗାଁରେ ବୁଲିଲେ - mentally in balance man

ନିଜ ହାତ ହାତ ପାପୁଲି କାଟି ପଲିଥିନରେ ଧରି ଗାଁରେ ବୁଲିଲେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ବି . ତୁରୁବୁଡି ପଞ୍ଚାୟତରେ।

ମାନକିସ ବିକୃତ ଯୁବକଙ୍କ ଅଭାବନୀୟ କାଣ୍ଡ, କଟା ପାପୁଲି ପଲିଥିନରେ ଧରି ଗାଁରେ ବୁଲିଲେ
ମାନକିସ ବିକୃତ ଯୁବକଙ୍କ ଅଭାବନୀୟ କାଣ୍ଡ, କଟା ପାପୁଲି ପଲିଥିନରେ ଧରି ଗାଁରେ ବୁଲିଲେ

By

Published : May 23, 2020, 10:59 AM IST

ବ୍ରହ୍ମପୁର: ନିଜ ହାତ ହାତ ପାପୁଲି କାଟି ପଲିଥିନରେ ଧରି ଗାଁରେ ବୁଲିଲେ ଯୁବକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ବି . ତୁରୁବୁଡି ପଞ୍ଚାୟତରେ ।

ମାନକିସ ବିକୃତ ଯୁବକଙ୍କ ଅଭାବନୀୟ କାଣ୍ଡ, ହାତ ପାପୁଲି କାଟି ପଲିଥିନରେ ଧରି ଗାଁରେ ବୁଲିଲେ

ଗ୍ରାମର ପି. ସମେଶ୍ବର ରେଡ୍ଡୀ ନାମକ ଜଣେ ମାନସିକ ବିକୃତ ଯୁବକ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ନିଜର ହାତ ପାପୁଲି କାଟି ପଲିଥିନରେ ଧରି ଗ୍ରାମ ବୁଲୁଥିବା ବେଳେ ଗ୍ରାମବାସୀ କାବୁ କରି ସ୍ଥାନୀୟ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ।

ଖବରନୁଯାୟୀ, ଯୁବକ ଜଣକ ଶୁକ୍ରବାର ରାତିରେ ନିଜ ଘରର ବାରିପଟେ ବସିଥିବା ସମୟରେ ଯୁବକଙ୍କ ମାଆ ବାରଣ୍ଡାରେ ବସି କଥାବାର୍ତ୍ତା ହେଉଥିଲେ । କିନ୍ତୁ କିଛି ସମୟ ପରେ ଯୁବକ ଜଣକ ନିଜ କଟା ପାପୁଲିକୁ ଏକ ପଲିଥିନରେ ଧରି ବାହାରକୁ ଆସିବା ଦେଖି ମାଆ ଭୟଭୀତ ହୋଇ ବାହାରକୁ ଚାଲି ଯାଇ ଗ୍ରାମବାସୀଙ୍କୁ ଜଣାଇଥିଲେ ।

ଘଟଣା ପରେ ଗ୍ରାମର କିଛି ଲୋକଙ୍କ ସହାୟତାରେ ଯୁବକକୁ କାବୁ କରିଥିଲେ । ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details