ବ୍ରହ୍ମପୁର:ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । SRCଙ୍କ ନିର୍ଦ୍ଦେଶ ପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ଜିଲ୍ଲାର ବିଦ୍ୟୁତ ବିଭାଗ, ସମସ୍ତ BDO ଓ ତହସିଲଦାରଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବା ସହିତ ସମ୍ଭାବ୍ୟ ବାତ୍ୟା ଏବଂ ତାହାକୁ ନେଇ ହେବାକୁ ଥିବା ବର୍ଷା ସମୟରେ କିପରି ଆଗୁଆ ପଦକ୍ଷେପ ନିଆଯିବ ସେ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ସମେତ ସ୍କୁଲ ଗୃହ, କମ୍ୟୁନିଟି ହଲଗୁଡିକ ପ୍ରସ୍ତୁତି ସହ ବାତ୍ୟାରେ ପ୍ରଭାବିତ ଆଶଙ୍କା ରହିଥିବା ଅଞ୍ଚଳଗୁଡିକର ସରକାରୀ କର୍ମଚାରୀଙ୍କୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଜିରୋ କାଜୁଆଲଟି ଉପରେ ଗୁରୁତ୍ୱ ଦିଆଯିବା ସହିତ ସମୁଦ୍ରକୂଳିଆ ଓ ନଦୀ କୂଳିଆ ଅଞ୍ଚଳ ଉପରେ ସ୍ୱତନ୍ତ୍ର ଧ୍ୟ୍ୟାନ ଦେବାକୁ ତହସିଲଦାରମାନଙ୍କୁ କୁହାଯାଇଛି ।