ଓଡିଶା

odisha

ETV Bharat / city

ନିୟମ ଭାଙ୍ଗି ବାହାଘର ଆୟୋଜନ; ହୋଟେଲ ସିଲ୍‌, ବର ସମେତ 5 ଗିରଫ - ଲକଡାଉନ ବିବାହ ପରେ ବର ଗିରଫ

କୋରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ବିଭିନ୍ନ କଟକଣାକୁ କଡାକଡି କରାଯାଇଥିବା ସତ୍ତ୍ବେ ଖୋଲାଖୋଲି କଟକଣାର ଉଡିଲା ଧଜିଆ । ସମସ୍ତ ନିୟମ ଉଲ୍ଲଙ୍ଘନ କରି ଅତି ଧୁମଧାମରେ ବିବାହ ଆୟୋଜନ ହୋଇଥିବା ବେଳେ ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା । ଯାହାର ଯାଞ୍ଚ ପରେ ପ୍ରଶାସନ ସମ୍ପୃକ୍ତ ଘଟଣାରେ 50 ହଜାର ଟଙ୍କାର ଜୋରିମାନା ଲାଗୁ କରିଛି । ଏହା ସହ ମାମଲାରେ ବର ସମେତ 5 ଗିରଫ ହୋଇଛନ୍ତି ।

corona restriction violation in berhampur, marriage fucntion in gopalpur, five star hotel sealed in gopalpur, luxurious marriage amid lockdown, groom arrested after lockdown marriage, ganjam latest news, ବ୍ରହ୍ମପୁରରେ କୋରୋନା କଟକଣା ଅବମାନନା, ଗୋପାଳପୁରରେ ବିବାହ ଉତ୍ସବ, ଗୋପାଳପୁରରେ ପଞ୍ଚତାରକା ହୋଟେଲ ସିଲ୍‌, ଲକଡାଉନରେ ବିଳାସମୟ ବିବାହ, ଲକଡାଉନ ବିବାହ ପରେ ବର ଗିରଫ, ଗଞ୍ଜାମ ଲାଟେଷ୍ଟ ନ୍ୟୁଜ୍‌
ନିୟମ ଭାଙ୍ଗି ବାହାଘର ଆୟୋଜନ; ହୋଟେଲ ସିଲ୍‌, ବର ସମେତ 5 ଗିରଫ

By

Published : Jul 4, 2020, 9:45 PM IST

ବ୍ରହ୍ମପୁର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ବିଭିନ୍ନ କଟକଣାକୁ କଡାକଡି କରାଯାଇଥିବା ସତ୍ତ୍ବେ ଖୋଲାଖୋଲି ନିୟମର ଧଜିଆ ଉଡିଛି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗୋପାଳପୁରର ଏକ ପଞ୍ଚତାରକା ହୋଟେଲରେ ଆୟୋଜିତ ବିବାହ ଉତ୍ସବରେ । ସମସ୍ତ ନିୟମ ଉଲ୍ଲଙ୍ଘନ କରି ଅତି ଧୁମଧାମରେ ଏହି ବିବାହ ଆୟୋଜନ ହୋଇଥିବା ବେଳେ ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା । ଯାହାର ଯାଞ୍ଚ ପରେ ପ୍ରଶାସନ ସମ୍ପୃକ୍ତ ଘଟଣାରେ 50 ହଜାର ଟଙ୍କାର ଜୋରିମାନା ଲାଗୁ କରିଛି ।

ନିୟମ ଭାଙ୍ଗି ବାହାଘର ଆୟୋଜନ; ହୋଟେଲ ସିଲ୍‌, ବର ସମେତ 5 ଗିରଫ

କେବଳ ସେତିକି ନୁହେଁ, ହୋଟେଲ ମଧ୍ୟରେ ଶୋଭାଯାତ୍ରାର ଆୟୋଜନ ହୋଇଥିବା ବେଳେ ଏଥିରେ ବ୍ୟବହୃତ ଦୁଇ ଗାଡି ଜବତ କରିବା ସହ ବର ସମେତ ପାଞ୍ଚ ଜଣଙ୍କୁ ବ୍ରହ୍ମପୁର ପୋଲିସ ଗିରଫ କରିଛନ୍ତି । ଏହାବ୍ୟତୀତ କୋରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ମାସ୍କ ବ୍ୟବହାର, ସାମାଜିକ ଦୂରତ୍ବ ବଜାୟ ରଖିବା ସହ ବିବାହ ଓ ବ୍ରତଘର ଆଦି ଉତ୍ସବରେ ହାତ ଗଣତି ଲୋକଙ୍କୁ ସାମିଲ ହେବା ପାଇଁ ନିୟମ ରହିଛି । ହେଲେ ଏହି ବିବାହ ଉତ୍ସବରେ ଏସମସ୍ତ ନିୟମ ଭାଙ୍ଗି ବେଶ ଧୁମଧାମରେ ବିବାହ ହୋଇଥିବା ଦେଖାଯାଇଥିଲା । ଫଳରେ ଉପରୋକ୍ତ ନିୟମ ଅବମାନନା ପାଇଁ ସମ୍ପୃକ୍ତ ପଞ୍ଚତାରକା ହୋଟେଲକୁ ଆଗାମୀ ଏକ ସପ୍ତାହ ଯାଏଁ ସିଲ୍‌ କରାଯାଇଛି ।

ନିୟମ ଭାଙ୍ଗି ବାହାଘର ଆୟୋଜନ; ହୋଟେଲ ସିଲ୍‌, ବର ସମେତ 5 ଗିରଫ

ସୂଚନା ଅନୁଯାୟୀ ବ୍ରହ୍ମପୁରର ଜନୈକ ହୋଟେଲ ମାଲିକ ନିଜ ପୁଅର ବାହାଘର ପାଇଁ ଗୋପାଳପୁରର ଏକ ପଞ୍ଚତାରକା ହୋଟେଲରେ ଏପରି ଆୟୋଜନ କରିଥିଲେ । ଗତ ଜୁଲାଇ 2 ତାରିଖରେ ଏହି ବିବାହ ଆୟୋଜିତ ହୋଇଥିବା ବେଳେ ଏହାର ଆୟୋଜନ ସମେତ ଶୋଭାଯାତ୍ରାର ଏକ ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଏପରି କାର୍ଯ୍ୟକଳାପ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details