ଓଡିଶା

odisha

ETV Bharat / city

ବାରହା ଶିକାରୀଙ୍କ ଜାଲରେ ପଡି ଚାଷୀ ମୃତ - man dead in electric shock in ganjam

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପିହାଣିଆ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ବାରହା ଶିକାର ପାଇଁ ପଡିଥିବା ବିଦ୍ୟୁତ ତାର ଲାଗି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ  ଘଟିଛି । ତେବେ  ଘଟଣାକୁ ଲୁଚାଇବାକୁ ଯାଇ କିଛି ଅଞ୍ଚଳବାସୀ  ମୃତଦେହକୁ ପୋଡିବାକୁ ନେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଖଲ୍ଲିକୋଟ ପୋଲିସ ମୃତଦେହକୁ ଉଦ୍ଧାର କରି  ତଦନ୍ତ ଆରମ୍ଭ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Nov 13, 2019, 10:49 PM IST

ବ୍ରହ୍ମପୁର: ବିଦ୍ୟୁତ ତାର ଲାଗି ଜଣେ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପିହାଣିଆ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ବାରହା ଶିକାର ପାଇଁ ପଡିଥିବା ବିଦ୍ୟୁତ ତାର ଲାଗି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ତେବେ ଘଟଣାକୁ ଲୁଚାଇବାକୁ ଯାଇ କିଛି ଅଞ୍ଚଳବାସୀ ମୃତଦେହକୁ ପୋଡିବାକୁ ନେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଖଲ୍ଲିକୋଟ ପୋଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ପିହାଣିଆ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ କୌଣସି ଦୁର୍ବୃତ୍ତ ବାରହା ଶିକାର କରିବା ପାଇଁ ବେଆଇନ ଭାବେ ବିଦ୍ୟୁତ ତାର ବିଛାଇଥିଲେ । ଉକ୍ତ ଗ୍ରାମର ଧୋବା ସିଟ୍ଟ ନାମକ ଜଣେ ଚାଷୀ ଜଙ୍ଗଲକୁ ଯିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ତେବେ ବୁଧବାର ଭୋର ସମୟରେ ତିନି ଜଣ ବ୍ୟକ୍ତି କାହାରିକୁ ନଜଣାଇ ମୃତଦେହକୁ ଶବ ସତ୍କାର କରିବାକୁ ଯାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଖଲ୍ଲିକୋଟ ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି l

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details