ଓଡିଶା

odisha

By

Published : Jan 7, 2021, 8:54 AM IST

ETV Bharat / city

ମାହାଙ୍ଗା ହତ୍ୟା ଘଟଣା; ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ଘେରାଉ କଲା ବିଜେପି

ମାହାଙ୍ଗା ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ସହ ଘଟଣାରେ ସଂପୃକ୍ତ ଅନ୍ୟ ଦୋଷୀଙ୍କୁ ଗିରଫ କରିବା ସହ ଆଇନମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟକୁ ଘେରାଉ କଲା ବିଜେପି ।

ମାହାଙ୍ଗା ହତ୍ୟା ଘଟଣା;  ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ  ଘେରାଉ  କଲା ବିଜେପି
ମାହାଙ୍ଗା ହତ୍ୟା ଘଟଣା; ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ଘେରାଉ କଲା ବିଜେପି

ବ୍ରହ୍ମପୁର:ମାହାଙ୍ଗା ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ସହ ଘଟଣାରେ ସଂପୃକ୍ତ ଅନ୍ୟ ଦୋଷୀଙ୍କୁ ଗିରଫ କରିବା ସହ ଆଇନମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟକୁ ଘେରାଉ କଲା ବିଜେପି । ବରିଷ୍ଠ ନେତା କାହ୍ନୁ ଚରଣ ପତିଙ୍କ ନେତୃତ୍ବରେ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି ।

ମାହାଙ୍ଗା ହତ୍ୟା ଘଟଣାମାହାଙ୍ଗା ହତ୍ୟା ଘଟଣା; ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ଘେରାଉ କଲା ବିଜେପି

ହତ୍ୟାକାଣ୍ଡ ଘଟଣାରେ ଶାସକ ଦଳର ସଂପୃକ୍ତି ସହିତ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ନାରାବାଜି କରାଯିବା ସହ ମନ୍ତ୍ରୀଙ୍କ ଇସ୍ତଫା ସହିତ ଗିରଫ ପାଇଁ ଦାବି କରିଛି ଦଳ । ଏଥିସହ ଦଳ ପକ୍ଷରୁ ବିଭିନ୍ନ ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅର୍ଥକୁ ବାଟମାରଣା କରି ବିଜୁ ପକ୍କା ଘର ନାମରେ ନାମିତ କରାଯିବା ଘଟଣାକୁ ନେଇ ସମାଲୋଚନା କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details