ବ୍ରହ୍ମପୁର: ମା'ଙ୍କ ପୂଜା ପାଇଁ ଚଳଚଞ୍ଚଳ ପୂଜା ମଣ୍ଡପ । ସହରର ବିଭିନ୍ନ ପୂଜାମଣ୍ଡପରେ ଚାଲିଛି ମା' ଦୁର୍ଗେ ଦୁର୍ଗତୀ ନାଶିନୀଙ୍କ ମହାସପ୍ତମୀ ପୂଜା । ସକାଳ ସମୟରେ ଷଷ୍ଠୀ ପୂଜା ପରେ ସନ୍ଧ୍ୟା ସମୟରେ ପାରମ୍ପାରିକ ରୀତିନୀତିରେ ଚାଲିଛି ମହାସପ୍ତମୀ ପୂଜା ।
ମା'ଙ୍କ ଦର୍ଶନ କରିବା ପାଇଁ ସହରର ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ସହରର ସେଲଟ୍ୟାକ୍ ଛକ, କୋର୍ଟପେଟା, କମାପଲ୍ଲୀ, ଟାଟା ବେଞ୍ଜ ଛକ, ସୁବାରାଓ ଛକ, ବିଜିପୁର, ବାରାକ୍ସ, ଗିରିଜା ଛକ ଠାରୁ ଆରମ୍ଭ କରି ଗାନ୍ଧୀନଗର ଭଳି ଅନେକ ପ୍ରମୁଖ ସ୍ଥାନରେ ସାରଦୀୟ ପୂଜାକୁ ନେଇ ଚିତାକର୍ଷକ ଆଲୋକମାଳାରେ ଝଲସୁଛି ସାରା ସହର ।