ବ୍ରହ୍ମପୁର: ଶାରଦୀୟ ଦୁର୍ଗାପୂଜା ଅବସରରେ ବ୍ରହ୍ମପୁର ସହରର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ମାଆଙ୍କ ବିଜୟାଦଶମୀ ପୂଜା। ଗତକାଲି(ଶନିବାର) ମାଆଙ୍କ ମହାନବମୀ ପୂଜା ଅନୁଷ୍ଠିତ ପରେ ଆଜି(ରବିବାର) ଦଶହରା ଅବସରରେ ପାରମ୍ପରିକ ରୀତିନୀତିରେ କରାଯାଇଛି ମାଆଙ୍କ ପୂଜାର୍ଚ୍ଚନା ।
ଶାରଦୀୟ ନବରାତ୍ର ପୂଜାର ବିଜୟାଦଶମୀ ଅବସରରେ ବ୍ରହ୍ମପୁର ସହରରେ ଚାଲିଛି ମାଆଙ୍କ ଦଶମୀ ପୂଜା । ପୂର୍ବରୁ ବ୍ରହ୍ମପୁର ସହରର 40 ରୁ ଉର୍ଦ୍ଧ୍ବ ସ୍ଥାନରେ ମାଆଙ୍କ ପୂଜା ହୋଇଆସୁ ଥିବାବେଳେ ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ସହରରେ ବହୁ କମ ସ୍ଥାନରେ ବିନା ଭକ୍ତରେ ଦୁର୍ଗାପୂଜା କରାଯାଇଛି ।