ବ୍ରହ୍ମପୁର: ଆଜିଠୁ ଆରମ୍ଭ ହେଉଛି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଆରାଧ୍ୟ ମାଆ ତାରାତାରିଣୀ ଦେବୀ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ । ଏହି ମହତ୍ସୋବ ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ବିଧିବିଧାନ ଅନୁସାରେ ପ୍ରତ୍ୟେକ ଦିନ ଅନୁଷ୍ଠିତ ହେବ ମାଆଙ୍କ ଏହି ପୂଜାର୍ଚ୍ଚନା । ଏହି ମହୋତ୍ସବରେ ଜିଲ୍ଲାବାସୀ ଗଣ ଯୋଗଦାନ ପୂର୍ବକ ମାଆଙ୍କର ଆଶୀର୍ବାଦ ଲାଭ କରିବା ନିମନ୍ତେ ସମସ୍ତ ଜିଲ୍ଲାବାସୀଙ୍କୁ ମାଆ ତାରାତାରିଣୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି । ଏହି ଅବସରରେ ମାଆଙ୍କ ପୀଠକୁ ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗଦାନ କରି ମାଆଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ରାଜ୍ୟ ସରକାରଙ୍କ ଅନୁଦାନରେ ନିର୍ମିତ ମାଆଙ୍କ ପୀଠର ଉନ୍ନତିକରଣ ପାଇଁ ଅନେକ ପ୍ରକାରର ବ୍ୟବସ୍ଥା କରାଯାଇଛି । ମୁଖ୍ୟତଃ ଆଦିଶକ୍ତି ମାଆ ତାରାତାରିଣୀ ଯୁଗ୍ମ ରୂପିଣୀ ଅଯୁଗ୍ମ ରୂପରେ ସେ ସଙ୍କଟତାରିଣୀ । ଯାହାଙ୍କ ଚରିତ୍ର ଅଦ୍ୟାବଧି ରହସ୍ୟମୟ ବୋଲି କୁହାଯାଏ । ମାଆଙ୍କୁ ଆରାଧନା ସମୟରେ ବିମଳା, ପାଦଖଣ୍ଡଞ୍ଚ, ସ୍ତନଖଣ୍ଡଞ୍ଚ, ତାରାତାରିଣୀ, କାମାକ୍ଷା, ୟୋନୀଖଣ୍ଡଞ୍ଚ, ମୁଖଖଣ୍ଡଞ୍ଚ କାଳିକାଃ । ଏହି ପୁରାଣ ଚରିତ ଠାକୁରାଣୀ ଦକ୍ଷ ଯଜ୍ଞ ବିନାସିନୀ ଶକ୍ତି ଶରୀରର ଅଙ୍ଗ ବିଶେଷ, ଯାହାକି ରତ୍ନଗିରି ଭାଷାନ୍ତରେ ପୂଜା ପାଇ ଆସୁଛନ୍ତି । ଦୁର୍ଗମ ପାହାଡ଼, ଘନ ଜଙ୍ଗଲ ଭରା ପର୍ବତ ଦେହରେ ପୂଜା ପାଇ ଆସୁଥିବା ଭଗବତୀ ଯଦିଓ ଅତୀତରେ ଭକ୍ତଙ୍କ ପାଇଁ ଦୁର୍ଲଭ ଓ ଦୁଶ୍ଚର ଥିଲେ ଆଜି କିନ୍ତୁ ତାହା ଯୁଗର ବିବର୍ତ୍ତନ ବାଦରେ ପରିବର୍ତ୍ତନ ଘଟିଛି ।