ବ୍ରହ୍ମପୁର:ଶାରଦୀୟ ପୁଜାକୁ ନେଇ ଉତ୍ସବ ମୁଖର ରାଜ୍ୟର ପ୍ରମୁଖ ଶକ୍ତିପୀଠ । ସେଥିମଧ୍ୟରୁ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ କୁହାଯାଉଥିବା ବ୍ରହ୍ମପୁର ସହରର ଉପକଣ୍ଠ ମା' ମହୁରୀ କାଳୁଆ ପୀଠ ଅନ୍ୟତମ । କେରାଣ୍ଡିମାଳ ପର୍ବତରେ ଶିଖରରେ କାହିଁ କେଉଁ କାଳରୁ ପୁଜା ପାଇ ଆସୁଥିବା ମାଆ ମହୁରୀ କାଳୁଆଙ୍କ ପୀଠରେ ବର୍ଷ ତମାମ ପୂଜାର୍ଚ୍ଚନା ହୋଇ ଆସୁଛି । ଆଉ ସେଥିମଧ୍ୟରେ ଶାରଦୀୟ ନବରାତ୍ର ପୁଜା ସମୟରେ ରହିଥାଏ ମା'ଙ୍କ ପାରମ୍ପରିକ ରୀତିନୀତିରେ ସ୍ବତନ୍ତ୍ର ଭାବେ ପୁଜାର୍ଚ୍ଚନା କରାଯାଏ ।
ତେବେ ପ୍ରତ୍ୟକ ଦିନ ମା'ଙ୍କ ପୀଠରେ ପ୍ରାତଃ ସମୟରେ ସୂର୍ଯ୍ୟପୂଜା, ବାଳଭୋଗ, ମଧ୍ୟାହ୍ନ ସମୟରେ ଅନ୍ନଭୋଗ , ସଂନ୍ଧ୍ୟା ଆଳତୀ ସହ ମଧ୍ୟରାତ୍ର ପର୍ଯ୍ୟନ୍ତ ମା'ଙ୍କ ପୂଜାର୍ଚ୍ଚନା ହୋଇଥିଲା । ମୁଖ୍ୟତଃ ମହୁରୀ ରାଜାଙ୍କ ଇଷ୍ଟ ଦେବୀ ଭାବରେ ମା' କାଳୁଆ ପୂଜା ପାଇ ଆସୁଥିବା ବେଳେ ଅନେକ ପରିବାରର ମଧ୍ୟ ସେ ଇଷ୍ଟ ଦେବୀ ଭାବରେ ପରିଚିତ । ମା'ଙ୍କ ମୁଖ୍ୟ ପୀଠକୁ ଯିବା ପାଇଁ ପୂର୍ବରୁ ଘଞ୍ଚ ଅରଣ୍ୟ ମଧ୍ୟରେ ବହୁ ପାହାଚ ଅତିକ୍ରମ କରିବାକୁ ପଡୁଥିବାରୁ ମାଙ୍କ ସ୍ବପ୍ନାଦେଶ ପାଇଁ ମା'ଙ୍କ ପୀଠ ପର୍ବତର ପାଦ ଦେଶରେ ରହିଅଛି ।