ଓଡିଶା

odisha

ETV Bharat / city

ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ୧୯ରେ ହେବ ଶୁଭଖୁଣ୍ଟି ସ୍ଥାପନ - ବ୍ରହ୍ମପୁର ବୁଢୀ ଠାକୁରାଣୀଙ୍କ ଯାତ୍ରା ଖବର

ବ୍ରହ୍ମପୁର ସହରରେ ଆୟୋଜିତ ହେଉଥିବା ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଆସନ୍ତା ୧୯ ତାରିଖ ଶୁକ୍ରବାର ମଧ୍ୟରାତ୍ରରେ ହେବ ଶୁଭଖୁଣ୍ଟି ସ୍ଥାପନ । ଅଧିକ ପଢନ୍ତୁ...

maa buhdi thakurani yatra berhampur
ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ୧୯ରେ ହେବ ଶୁଭଖୁଣ୍ଟି ସ୍ଥାପନ

By

Published : Mar 16, 2021, 10:45 PM IST

ବ୍ରହ୍ମପୁର: ପ୍ରସିଦ୍ଧ ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ୧୯ ରେ ହେବ ଶୁଭଖୁଣ୍ଟି ସ୍ଥାପନ । ଏ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି ।

ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ୧୯ରେ ହେବ ଶୁଭଖୁଣ୍ଟି ସ୍ଥାପନ

ବ୍ରହ୍ମପୁର ସହରରେ ଆୟୋଜିତ ହେଉଥିବା ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଆସନ୍ତା ୧୯ ତାରିଖ ଶୁକ୍ରବାର ମଧ୍ୟରାତ୍ରରେ ହେବ ଶୁଭଖୁଣ୍ଟି ସ୍ଥାପନ । ମା ଙ୍କ ବାପ ଘର କୁହାଯାଉଥିବା ଦେଶୀ ବେହେରାଙ୍କ ପାରମ୍ପରିକ ସିଦ୍ଧାନ୍ତୀଙ୍କ ପକ୍ଷରୁ ତିଥି ସ୍ଥିର କରାଯାଇଛି । ସେହିଦିନ ରାତ୍ର ୯ଟା ସମୟରେ ସହରର ଦେଶୀ ବେହେରା ସାହିରେ ସହରବାସୀଙ୍କୁ ନେଇ ଏକ ସାଧାରଣ ବୈଠକ କରାଯିବ । ଏହା ପରେ ରାତ୍ର ୧୨ ଠାରୁ ୩ ଟା ମଧ୍ୟରେ ଶୁଭ ଖୁଣ୍ଟି ସ୍ଥାପନ କରାଯିବାକୁ ସ୍ଥିର ହୋଇଥିବା ଯାତ୍ରାର ମୁଖ୍ୟ ପରିଚାଳକ ପି. ଦୁର୍ଗା ପ୍ରସାଦ ଦେଶୀ ବେହେରା ପାରମ୍ପରିକ ସିଦ୍ଧାନ୍ତିଙ୍କ ପକ୍ଷରୁ ସ୍ଥିର କରାଯାଇଥିବା ପତ୍ରକୁ ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି ।

ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ୧୯ରେ ହେବ ଶୁଭଖୁଣ୍ଟି ସ୍ଥାପନ

ଶୁଭଖୁଣ୍ଟି ସ୍ଥାପନ ଦିନ ମାଆଙ୍କ ଯାତ୍ରା କେତେ ଦିନ ଧରି ଆଯୋଜିତ ହେବ ତାହାକୁ ସ୍ଥିର କରାଯାଇଥାଏ । ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ମାଆଙ୍କ ଯାତ୍ରା କରିବାକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯିବା ପରେ ଶୁଭଖୁଣ୍ଟି ସ୍ଥାପନ ତାରିଖ ସ୍ଥିର କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details