ଓଡିଶା

odisha

ETV Bharat / city

ଆସନ୍ତା ୧୯ ମଧ୍ୟ ରାତ୍ରରେ ଉଦଯାପିତ ହେବ ବୁଢୀ ଠାକୁରାଣୀ ଯାତ୍ରା - Berhampur

ଆସନ୍ତା ଅପ୍ରେଲ ୧୯ ତାରିଖ ମଧ୍ୟରାତ୍ରରେ ଉଦଯାପିତ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା । ତେବେ ମାଆଙ୍କ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସାତ ଦିନ ସମୟ ଦିଆଯାଇଛି । ଅଧିକ ପଢନ୍ତୁ...

୧୯ ତାରିଖ ମଧ୍ୟ ରାତ୍ରରେ ଉଦଯାପିତ ହେବ ବ୍ରହ୍ମପୁରର ମା’ ବୁଢୀ ଠାକୁରାଣୀ ଯାତ୍ରା
୧୯ ତାରିଖ ମଧ୍ୟ ରାତ୍ରରେ ଉଦଯାପିତ ହେବ ବ୍ରହ୍ମପୁରର ମା’ ବୁଢୀ ଠାକୁରାଣୀ ଯାତ୍ରା

By

Published : Apr 17, 2021, 8:19 AM IST

ବ୍ରହ୍ମପର: ଆସନ୍ତା ୧୯ ତାରିଖ ମଧ୍ୟରାତ୍ରରେ ଉଦଯାପିତ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା । ତେବେ ମାଆଙ୍କ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସାତ ଦିନ ସମୟ ଦିଆଯାଇଛି । ପରମ୍ପରା ଅନୁଯାୟୀ ମାଆ ନିଜ ବାପଘରୁ ସୋମବାର ମଧ୍ୟ ରାତ୍ରରୁ ବାହାରି ମଙ୍ଗଳବାର ଭୋର ସମୟରେ ମୁଖ୍ୟ ମନ୍ଦିରରେ ପହଞ୍ଚିବାର ନିୟମ ରହିଥିବାରୁ ଏହାକୁ ନେଇ ପ୍ରଶାସନ ତାର ଅନୁମତି ବୃଦ୍ଧି କରିବା ସହିତ ସେହି ଅବଧି ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛି ।

୧୯ ତାରିଖ ମଧ୍ୟ ରାତ୍ରରେ ଉଦଯାପିତ ହେବ ବ୍ରହ୍ମପୁରର ମା’ ବୁଢୀ ଠାକୁରାଣୀ ଯାତ୍ରା

ଏହା ସହିତ ଶେଷ ଦିନ ଆବଶ୍ୟକୀୟ ପୋଲିସ ଫୋର୍ସ ଯୋଗାଇବା ପାଇଁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ପକ୍ଷରୁ କୁହାଯାଇଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details