ଓଡିଶା

odisha

ETV Bharat / city

ଲକଡାଉନ ବେଳେ କବାଟ ଭାଙ୍ଗି ସୁନା ଗହଣା ଓ ଟଙ୍କା ଲୁଟ - କବାଟ ଭାଙ୍ଗି ଘରୁ ସୁନା ଗହଣା ଓ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

କବାଟ ଭାଙ୍ଗି ଘରୁ ସୁନା ଗହଣା ଓ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଲକଡାଉନର ସୁଯୋଗ ନେଇ ଚୋରି କରୁଛନ୍ତି ଚୋର । ଅଧିକ ପଢନ୍ତୁ...

loot from berhampur
କବାଟ ଭାଙ୍ଗି ଘରୁ ସୁନା ଗହଣା ଓ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

By

Published : Jun 1, 2020, 6:47 PM IST

ବ୍ରହ୍ମପୁର: କବାଟ ଭାଙ୍ଗି ଘରୁ ସୁନା ଗହଣା ଓ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ବଡଡୁମ୍ବୁଳା ପଞ୍ଚାୟତରେ । ରବିବାର ବିଳମ୍ବିତ ରାତିରେ ସ୍ଥାନୀୟ ସାନଡୁମ୍ବୁଳା ଗ୍ରାମରେ ରହୁଥିବା ଦୁଇ ଭାଇ ଜି. ରାଧାକାନ୍ତ ପଧାନ ଓ ଜି. ଲକ୍ଷ୍ମୀ ପଧାନଙ୍କ କବାଟ ଭାଙ୍ଗି ଦୁର୍ବୃତ୍ତ ମାନେ କଳାକନା ବୁଲାଇ ଦେଇଛନ୍ତି ।

ବର୍ତ୍ତମାନ ସାରା ଦେଶରେ ମହାମାରୀ କୋରୋନା ଯୋଗୁଁ ସାଧାରଣ ଜନତାଙ୍କ ମଧ୍ୟରେ ଭୟର ବାତାବରଣ ସହିତ ଖାଦ୍ୟାଭାବ ଓ ଆର୍ଥିକ ଅନଟନ ଲାଗି ରହିଥିବାବେଳେ ଏଭଳି ପରିସ୍ଥିତିରେ ଦିଗପହଣ୍ଡି ଥାନା ଅଞ୍ଚଳରୁ ଗତ କିଛିଦିନ ମଧ୍ୟରେ ଚୋରମାନେ ବିଭିନ୍ନ ଘରୁ କଳାକନା ବୁଲାଇବା ସ୍ଥାନୀୟ ପୋଲିସ ପାଇଁ ଚିନ୍ତା ଜନକ ସ୍ଥିତି ପାଲଟିଛି ।

ରାତି ଗୋଟାଏ ରୁ ଦୁଇଟା ମଧ୍ୟରେ ଦୁବୁର୍ତ୍ତ ମାନେ ଏଭଳି ଚୋରି କରିଥିବା ବେଳେ ପ୍ରଥମେ ବଡ଼ଭାଇ ରାଧାକାନ୍ତଙ୍କ ବାରି କବାଟ ଭାଙ୍ଗି ଘର ଭିତରେ ପଶି ଆଲମାରୀ ତାଡି ବହୁ ପରିମାଣର ସୁନା ଅଳଙ୍କାର ସହିତ ନଗଦ ୧୫ ହଜାର ଟଙ୍କା ଲୁଟି ନେଇଥିବା ବେଳେ ପରେ ସାନଭାଇ ଲକ୍ଷ୍ମୀଙ୍କ ଘରୁ ମଧ୍ୟ ବହୁ ପରିମାଣର ସୁନା ଅଳଙ୍କାର ସହିତ ରୁପା ଓ ନଗଦ ୪୫ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି । ଦୁଇ ପରିବାର ଏହା ଜାଣିବା ପରେ ପୋଲିସକୁ ଖବର ଦେଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details