ବ୍ରହ୍ମପୁର: ସହରରେ ପୋଲିସକୁ ଚ୍ୟାଲେଞ୍ଜ ଦେଇ କିଛି ଦୁବୃର୍ତ୍ତ ଲୁଟ୍ ଉଦ୍ୟମ କରି ବିଫଳ ହୋଇଛନ୍ତି । ବ୍ରହ୍ମପୁର ସହରର ଇଞ୍ଜିନିୟରିଂ ସ୍କୁଲ ରୋଡରେ ଥିବା ଏକ ଘରୋଇ ଅର୍ଥଲଗାଣ ସଂସ୍ଥା ଆଇଆଇଏଫ୍ଏଲ ଗୋଲଡ ଲୋନ ପରିସରରେ ଚାରି ଜଣ ଦୁର୍ବୃତ୍ତ କାର୍ଯ୍ୟାଳୟ ପରିସରରେ ମାଉଜର ଧରି ପଶି ଲୁଟ ଉଦ୍ୟମ ସହ ତିନିଜଣ କର୍ମଚାରୀଙ୍କୁ ମାଡ ମାରିଛନ୍ତି ।
ଲୁଟେରାମାନେ ଲକ୍କର ଚାବି ମାଗିଥିବା ବେଳେ କର୍ମଚାରୀମାନେ ନଦେବାରୁ ଦୁର୍ବୃତ୍ତ ମାନେ ସେମାନଙ୍କୁ ମାଡ଼ ମାରିବା ସହ ବାନ୍ଧି ଦେଇ ପାଇଖାନା ଭିତରେ ରଖି ଦେଇଥିଲେ । ଏପରିକି ଏହି ସମୟରେ କାର୍ଯ୍ୟାଳୟ ପରିସରକୁ ଜଣେ ମହିଳା ସୁଇପର ପ୍ରବେଶ କରିବା ବେଳେ ତାଙ୍କୁ ମଧ୍ୟ ମାଉଜର ଦେଖାଇ ଧମକ ଦେବା ସହ ପାଟି ବନ୍ଦ କରିବାକୁ କହିଥିଲେ । ଏହା ପରେ ଦୁର୍ବୃତ୍ତ ମାନେ ଲୁଟିବା ପାଇଁ ଉଦ୍ୟମ କରିିଥିଲେ ମଧ୍ୟ ଲକରର ଓଟିପି ସିଷ୍ଟମ ରହିଥିବାରୁ ଲୁଟ କରିବାରେ ବିଫଳ ହୋଇଥିଲେ । ପରେ ଦୁର୍ବୃର୍ତ୍ତମାନେ କର୍ମଚାରୀଙ୍କଠାରୁ ମୋବାଇଲ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଆକ୍ରମଣରେ କର୍ମଚାରୀ ଡି.ଶ୍ରୀଧର ଆଚାରୀ ,ମୃତ୍ୟୁଞ୍ଜୟ ନାୟକ ଓ ମିହିର ପ୍ରଧାନ ଆହତ ହୋଇଛନ୍ତି ।