ବ୍ରହ୍ମପୁର: ବ୍ରହ୍ମପୁର ସହରର ସମସ୍ତ ସାହିର ମୁଖ୍ୟ ରାସ୍ତାକୁ ସିଲ କରିଛି ପ୍ରଶାସନ । ଗୋଟିଏ ପଟେ ଲକଡାଉନକୁ ନେଇ ସହରରେ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ସହରରେ ଘରୁ ଯେପରି କେହି ନ ବାହାରିବେ ଏବଂ ମୋଟର ସାଇକେଲ ଚଳାଚଳ ନ ହେବ ସେନେଇ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏପରିକି ସମସ୍ତ ପ୍ରମୁଖ ସାହିର ପ୍ରବେଶ ପଥ ସହିତ ସହରର ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାକୁ ବାଉଁଶ ବନ୍ଧା ଯାଇ ସିଲ୍ କରିଛି ପ୍ରଶାସନ ।
ବ୍ରହ୍ମପୁର ସହରରେ କଡାକଡି ଲକଡାଉନ, ପୋଲିସ ଛାଉଣୀରେ ସାଧାରଣ ଜନଜୀବନ - ଲକଡାଉନ
ବ୍ରହ୍ମପୁର ସହରର ସମସ୍ତ ସାହିର ମୁଖ୍ୟ ରାସ୍ତାକୁ ସିଲ କରିଛି ପ୍ରଶାସନ । ଏପରିକି ସମସ୍ତ ପ୍ରମୁଖ ସାହିର ପ୍ରବେଶ ପଥ ସହିତ ସହରର ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାକୁ ବାଉଁଶ ବନ୍ଧା ଯାଇ ସିଲ୍ କରିଛି ପ୍ରଶାସନ । ଦେଖନ୍ତୁ ରିପୋର୍ଟ...
![ବ୍ରହ୍ମପୁର ସହରରେ କଡାକଡି ଲକଡାଉନ, ପୋଲିସ ଛାଉଣୀରେ ସାଧାରଣ ଜନଜୀବନ Lockdown in berhampur, berhampur latest news, ବ୍ରହ୍ମପୁର ଲାଟେଷ୍ଟ ନ୍ୟୁଜ୍, ବ୍ରହ୍ମପୁରରେ କଡାକଡି ଲକଡାଉନ, ଲକଡାଉନ, LOCKDOWN](https://etvbharatimages.akamaized.net/etvbharat/prod-images/768-512-6579766-thumbnail-3x2-bam.jpg)
ବ୍ରହ୍ମପୁର ସହରରେ କଡାକଡି ଲକଡାଉନ, ପୋଲିସ ଛାଉଣୀରେ ସାଧାରଣ ଜନଜୀବନବ୍ରହ୍ମପୁର ସହରରେ କଡାକଡି ଲକଡାଉନ, ପୋଲିସ ଛାଉଣୀରେ ସାଧାରଣ ଜନଜୀବନ
ବ୍ରହ୍ମପୁର ସହରରେ କଡାକଡି ଲକଡାଉନ, ପୋଲିସ ଛାଉଣୀରେ ସାଧାରଣ ଜନଜୀବନ
ବ୍ରହ୍ମପୁର ସହରର ବିଜିପୁର ଛକରେ ରାତ୍ରି ସମୟରେ ତିନି ପଟୁ ସଂଯୋଗ କରୁଥିବା ଅଞ୍ଚଳରେ ପୋଲିସ ପକ୍ଷରୁ ଜାରି ରହିଛି କଡା ଯାଞ୍ଚ ବ୍ୟବସ୍ଥା । ରାସ୍ତାରେ ଯାଉଥିବା ବ୍ୟକ୍ତି ବିଶେଷମାନେ କାହିଁକି ଏବଂ କେଉଁ କାରଣ ପାଇଁ ବାହାରିଛନ୍ତି ତାହାକୁ ପଚାରି ବୁଝୁଛନ୍ତି ଦାୟିତ୍ବରେ ଥିବା କର୍ମଚାରୀମାନେ । ତେବେ କିଭଳି ଚାଲିଛି ବ୍ରହ୍ମପୁରର ବିଜିପୁର ଛକରେ ପୋଲିସ ପ୍ରଶାସନର କଡାକଡି ଯାଞ୍ଚ ବ୍ୟବସ୍ଥା ସେନେଇ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବାଦଦାତା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ