ବ୍ରହ୍ମପୁର:ରାସ୍ତା ପାଲଟିଛି ମରଣଯନ୍ତା। ବ୍ରହ୍ମପୁର ସହରର ଉପକଣ୍ଠ ଲୋଚାପଡା ଅଞ୍ଚଳର ମୁଖ୍ୟ ରାସ୍ତା ଏବଂ ନାଳ ସମସ୍ୟା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଦୀର୍ଘ ଦିନ ଧରି ମରାମତି ଦାବି କରିଆସୁଥିବା ଅଞ୍ଚଳବାସୀ ସତ୍ୟାଗ୍ରହ ମାଧ୍ୟମରେ ପ୍ରତିବାଦ କରିଛନ୍ତି (Public protest on road problem in Lochapada) ।
ବ୍ରହ୍ମପୁର ସହରରୁ ମାତ୍ର ଏକ କିଲୋମିଟର ମଧ୍ୟରେ ରହିଛି ଲୋଚାପଡା ଅଞ୍ଚଳ। ୪୦ ହଜାରରୁ ଉର୍ଦ୍ଧ୍ବ ବିଭିନ୍ନ ପଞ୍ଚାୟତର ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ପ୍ରତ୍ୟେକ ଦିନ ହଜାର ହଜାର ଯାନବାହନ ଚଳପ୍ରଚଳ କରୁଥିବାବେଳେ, ରାସ୍ତାରେ ଅନେକ ଖାଲଖମାର ସାଙ୍ଗକୁ ଦୂରାବସ୍ଥା ଯୋଗୁଁ ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି । ଏଥିସହ ଅନେକ ସଡକ ଦୁର୍ଘଟଣା ସମ୍ମୁଖୀନ ହୋଇ ଧନଜୀବନ ନଷ୍ଟ ହେଉଛି । ଏନେଇ ଅନେକ ଥର ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ପ୍ରଶାସନ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୈଣସି ସଫଳତା ମିଳିନାହିଁ ।
ଶେଷରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଏକତ୍ରିତ ହୋଇ ମୁଖ୍ୟ ରାସ୍ତା ଉପରେ ବସି ସତ୍ୟାଗ୍ରହ ମାଧ୍ୟମରେ ପ୍ରତିବାଦ କରିଛନ୍ତି । ଲୋଚାପଡା ପଞ୍ଚାୟତର ସରପଞ୍ଚ ଏଲ୍.ମୋହନ ଦାସଙ୍କ ନେତୃତ୍ବରେ ଆୟୋଜିତ ପ୍ରତିବାଦରେ ବିଭିନ୍ନ ଦଳୀୟ ନେତୃବୃନ୍ଦଙ୍କ ସହ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଛନ୍ତି ।