ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ ଗତ ଏକ ସପ୍ତାହ ଧରି ବନ୍ଦ ରହିଥିବା ଟୀକାକରଣ କାର୍ଯ୍ୟ ସୋମବାରଠାରୁ ଆରମ୍ଭ ହୋଇଛି । ଜିଲ୍ଲାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧ ଲକ୍ଷ ୪୦ ହଜାର କୋଭାକ୍ସିନ ଏବଂ ୮୫ ହଜାର କୋଭିସିଲ୍ଡ ଟିକା ଆସି ପହଞ୍ଚିଥିବାବେଳେ ଦିନ ତମାମ ବିଭିନ୍ନ ଟୀକାକରଣ କେନ୍ଦ୍ରରେ ଜନସାଧାରଣଙ୍କ ଭିଡ ପରିଲକ୍ଷିତ ହୋଇଛି । ବ୍ରହ୍ମପୁର ଉପକଣ୍ଠ ପାତ୍ରପୁର ବ୍ଲକର ସାମଣ୍ଟିଆପଲ୍ଲି ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଥିବା ଟୀକାକରଣ କେନ୍ଦ୍ରରେ ଟୀକା ନେବା ପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଥିବା ମହିଳା ଓ ପୁରୁଷଙ୍କ ଦିନ ତମାମ ଲାଗି ରହିଥିଲା ଅସମ୍ଭାଳ ଭିଡ ।
ଟିକା ନେବାକୁ ଅଞ୍ଚଳବାସୀଙ୍କ ଅସମ୍ଭାଳ ଭିଡ
କୋରୋନା ସଂକ୍ରମଣକୁ ନେଇ ସମସ୍ତଙ୍କ ମନରେ ପ୍ରବଳ ଭୟ ଥିବାବେଳେ ଏଥିରୁ ବର୍ତ୍ତିବାକୁ ଅଞ୍ଚଳବାସୀଙ୍କ ମଧ୍ୟରେ ଟୀକାକରଣ ନେଇ ଉତ୍ସାହ ଦେଖିବାକୁ ମିଳିଛି । ହେଲେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଟୀକାକରଣ ନେଇ ଏଭଳି ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...
ଟିକା ନେବାକୁ ଅଞ୍ଚଳବାସୀଙ୍କ ଅସମ୍ଭାଳ ଭିଡ
ଏପରିକି ଗୋଟିଏ ପଟେ କୋଭିଡର ଭୟ ରହିଥିଲେ ମଧ୍ୟ ଏଠାରେ ଟୀକା ନେବାପାଇଁ ଏତେ ମାତ୍ରାରେ ଭିଡ ଜମିଥିଲା ଯେ ସ୍ଥାନୀୟ ଜନସସାଧାରଣ ସାମାଜିକ ଦୂରତ୍ବ କିମ୍ବା ମାସ୍କ ପରିଧାନ ନ କରି ପ୍ରବଳ ଗହଳି କରିଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ଆଗୁଆ ପଦକ୍ଷେପ ନିଆଯାଇ ନଥିବାରୁ ଏଭଳି ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ