ବ୍ରହ୍ମପୁର: ତାମିଲନାଡୁରୁ ବ୍ରହ୍ମପୁର ସହରକୁ ଆସୁଥିବା ବହୁ ପରିମାଣର ସୁନା ଓ ରୂପାକୁ ଧରି ଯାଞ୍ଚ କରୁଛି ବ୍ରହ୍ମପୁର ପୋଲିସ । ସହରର ଗୋଷାଣିନୂଆଗାଁ ଥାନା ପୋଲିସ ଏକ କାରରେ ବ୍ରହ୍ମପୁର ସହରକୁ ଆସୁଥିବା ପ୍ରାୟ ୨୩୫ କିଲୋଗ୍ରାମ ଓଜନର ରୁପା ସମେତ ଚାରି କିଲୋ ସୁନାକୁ ଧରି ଏହାର ତନାଘନା ଆରମ୍ଭ କରିଛି ।
ତାମିଲନାଡୁରୁ ଆସୁଥିବା ବେଳେ 4 କିଲୋ ସୁନା 235 କିଲୋ ରୁପା ଜବତ - ଗୋଷାଣିନୂଆଗାଁ ଥାନା ପୋଲିସ
ଗୋଷାଣିନୂଆଗାଁ ଥାନା ପୋଲିସ ଏକ କାରରେ ବ୍ରହ୍ମପୁର ସହରକୁ ଆସୁଥିବା ପ୍ରାୟ ୨୩୫ କିଲୋଗ୍ରାମ ଓଜନର ରୂପା ସମେତ ଚାରି କିଲୋ ସୁନାକୁ ଧରି ଏହାର ତନାଘନା ଆରମ୍ଭ କରିଛି । ଅଧିକ ପଢନ୍ତୁ...
ତାମିଲନାଡୁରୁ ବ୍ରହ୍ମପୁର ଆସୁଥିବା ବହୁ ପରିମାଣର ସୁନା ଓ ରୂପା ଯାଞ୍ଚ କରୁଛି ପୋଲିସ
ତେବେ ଏହି ସୁନା ଓ ରୁପା ତାମିଲନାଡୁର ସେଲମ ଅଞ୍ଚଳରୁ ଆସୁଥିବା ଜଣାଯାଇଛି । ହେଲେ ଏହି ଘଟଣାରେ ଏତେ ପରିମାଣର ସୁନା ଓ ରୁପା ସରକାରୀ ନିୟମ ଅନୁଯାୟୀ କ୍ରୟ କରାଯାଇଥିଲା ନା ବେଆଇନ ଭାବରେ ଅଣାଯାଉଥିଲା, ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସୂଚନା ଦିଆଯାଇଛି । ତେବେ ଏହି ମାମଲାରେ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ