ଓଡିଶା

odisha

ETV Bharat / city

ଖଲ୍ଲିକୋଟ ପୋଲିସକୁ ବଡ ସଫଳତା, ବିପୁଳ ପରିମାଣର ସୁନା ଓ ଟଙ୍କା ଜବତ - Khallikot police

ଖଲ୍ଲିକୋଟ ପୋଲିସକୁ ବଡ ସଫଳତା । ନିଶା ବେପାରୀଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ଓ ସୁନା ଅଳଙ୍କାର ସହ ଜବତ ହେଲା ଗଞ୍ଜେଇ ଓ ଅଫିମ ଜବତ । ଅଧିକ ପଢନ୍ତୁ...

Khallikot police seized huge amount of money and jewelery from drug dealers
ନିଶା ବ୍ୟବସାୟୀଙ୍କଠୁ ବିପୁଳ ପରିମାଣର ଟଙ୍କା ଓ ଅଳଙ୍କାର ଜବତ

By

Published : Oct 22, 2021, 9:58 PM IST

ବ୍ରହ୍ମପୁର: ଖଲ୍ଲିକୋଟ ପୋଲିସକୁ ବଡ ସଫଳତା । ନିଶା ବ୍ୟବସାୟୀଙ୍କଠାରୁ ବିପୁଳ ପରିମାଣର ଟଙ୍କା ଓ ସୁନା ଅଳଙ୍କାର ସହ ଜବତ ହେଲା ଗଞ୍ଜେଇ ଓ ଅଫିମ ଜବତ ।

କୌଣସି ସୂତ୍ରରୁ ଖବର ପାଇ ଖଲ୍ଲିକୋଟ ପୋଲିସ ପକ୍ଷରୁ ଖୋଜାପଲ୍ଲୀ ଗ୍ରାମର ବଡଦାଣ୍ଡ ସାହିର ରଜନୀ କାନ୍ତ ପଟ୍ଟନାୟକଙ୍କ ଘରେ ଚଢ଼ାଉ କରାଯାଇଥିଲା । ସେଠାରେ ୩୪ କିଲୋଗ୍ରାମ ଗଞ୍ଜେଇ, ୧୦ କିଲୋଗ୍ରାମ ୧୦ ଗ୍ରାମ ଓଜନର ଅଫିମ ଜବତ କରିଥିଲା । ଏଥିସହ ନଗଦ ୭୫ ଲକ୍ଷ ୯ ହଜାର ଟଙ୍କା ଓ ୮ କିଲୋଗ୍ରାମ ୫୯୬ ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛି ପୋଲିସ ।

ଦୀର୍ଘ ବର୍ଷରୁ ସେ ଏଭଳି କଳା ସାମ୍ରାଜ୍ୟ ଚଳାଇ ଆସୁଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନିଷାଦ୍ରବ୍ୟ ଜବତ କରାଯାଇଥିବା ବେଳେ ଏହି ନିଶାଦ୍ରବ୍ୟ କେଉଁ ସ୍ଥାନରୁ ଆଣୁଥିଲେ ତାହାର ଖୋଳତାଡ଼ ଆରମ୍ଭ କରିଛି ପୋଲିସ । ଏନେଇ ଖଲ୍ଲିକୋଟ ଥାନାରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏହି ସମୟରେ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ଅତିରିକ୍ତ ଏସ୍. ପି ଠାକୁର ପ୍ରସାଦ ପାତ୍ର , ଏସ ଡି ପି ଓ ଗୌତମ କିସନ ଓ ଭେଜିପୁଟ ଫାଣ୍ଡି ଅଧିକାରୀ ମନୋଜ କୁମାର ପ୍ରଧାନ ଉପସ୍ଥିତ ଥିଲେ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details