ଓଡିଶା

odisha

ETV Bharat / city

କାର୍ତ୍ତିକ ଶେଷ ସୋମବାର: ଘଣ୍ଟଘଣ୍ଟାରେ କମ୍ପୁଛି ରେଶମ ସହର ଶୈବପୀଠ - Karthika Masam Last Monday

କାର୍ତ୍ତିକ ମାସ ଶେଷ ସୋମବାର ଅବସରରେ ରେଶମ ସହର ବ୍ରହ୍ମପୁରର ବିଭିନ୍ନ ଶୈବପୀଠରେ ସକାଳୁ ଲାଗିଛି ଭକ୍ତଙ୍କ ଭିଡ । ଅଧିକ ପଢନ୍ତୁ...

କାର୍ତ୍ତିକର ଶେଷ ସୋମବାର: ଶୈବ ମନ୍ଦିରରେ ଭକ୍ତଙ୍କ ଭିଡ

By

Published : Nov 11, 2019, 11:55 AM IST

ବ୍ରହ୍ମପୁର: କାର୍ତ୍ତିକ ମାସର ଶେଷ ସୋମବାର । ଏହି ଅବସରରେ ରେଶମ ସହର ବ୍ରହ୍ମପୁରର ବିଭିନ୍ନ ଶୈବ ପୀଠରେ ସକାଳ ସମୟରୁ ଲାଗିଛି ଭକ୍ତଙ୍କ ଭିଡ । ସହରର ସାନବଜାର ସ୍ଥିତ କପିଳେଶ୍ବର ମନ୍ଦିରରେ ପଞ୍ଚୁକ ସହିତ ସୋମବାର ଅବସରରେ ଭକ୍ତ ଭୋର ସମୟରୁ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଭିଡ ଜମାଇଛନ୍ତି ।

କାର୍ତ୍ତିକର ଶେଷ ସୋମବାର: ଶୈବ ମନ୍ଦିରରେ ଭକ୍ତଙ୍କ ଭିଡ

ଶେଷ ସୋମବାର ପାଇଁ ମନ୍ଦିରରେ ଭକ୍ତଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ଠାରୁ ଆରମ୍ଭ କରି ରୁଦ୍ରାଭିଶେଷ, ଖିରାଭିଶେଷ ଭଳି ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ସେହିପରି ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବରେ ଧାଡିରେ ଯାଇ ଦର୍ଶନ କରିବେ ସେନେଇ ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବ୍ରହ୍ମପୁର ସହରର କପିଳେଶ୍ବର ମନ୍ଦିର ପରିସରରେ କିଭଳି ଚାଲିଛି ମହାଦେବଙ୍କ ପୁଜାର୍ଚ୍ଚନା ସେନେଇ ମନ୍ଦିର କମିଟି ଏବଂ ଭକ୍ତଙ୍କ ସହ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ପ୍ରତିନିଧି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details