ଓଡିଶା

odisha

କାର୍ଗିଲ ବିଜୟ ଦିବସ, ଓଡ଼ିଆ ଶହୀଦଙ୍କୁ ମନେ ପକାଇଲେ ଲୋକେ

By

Published : Jul 26, 2022, 11:01 PM IST

କାରଗିଲ ଯୁଦ୍ଧରେ ପ୍ରଥମ ଓଡିଆ ଶହୀଦ ଏସ.ଶ୍ରୀ ନିବାସ ପାତ୍ରଙ୍କ ଜଗଦଲପୁର ଗ୍ରାମରେ ପାଳନ ହେଲା କାରଗିଲ୍‌ ବିଜୟ ଦିବସ । ୧୯୯୯ ମସିହା ଆଜିର ଦିନରେ ଶତୃ ଦେଶକୁ ପରାଜିତ କାରଗିଲ୍‌ ଯୁଦ୍ଧରେ ବିଜୟୀ ହୋଇଥିଲା ଭାରତ । ଅଧିକ ପଢ଼ନ୍ତୁ

ଜଗଦଲପୁର ଗ୍ରାମରେ କାରଗିଲ ବିଜୟ ଦିବସ, ଓଡ଼ିଆ ଶହୀଦଙ୍କ ହେଲା ସ୍ମୃତିଚାରଣ
ଜଗଦଲପୁର ଗ୍ରାମରେ କାରଗିଲ ବିଜୟ ଦିବସ, ଓଡ଼ିଆ ଶହୀଦଙ୍କ ହେଲା ସ୍ମୃତିଚାରଣ

ବ୍ରହ୍ମପୁର: କାର୍ଗିଲ ଯୁଦ୍ଧରେ ପ୍ରଥମ ଓଡିଆ ଶହୀଦ ଏସ.ଶ୍ରୀ ନିବାସ ପାତ୍ରଙ୍କ ଜଗଦଲପୁର ଗ୍ରାମରେ ପାଳନ ହେଲା କାର୍ଗିଲ ବିଜୟ ଦିବସ । ୧୯୯୯ ମସିହା ଆଜିର ଦିନରେ ଶତୃ ଦେଶକୁ ପରାଜିତ କାରଗିଲ୍‌ ଯୁଦ୍ଧରେ ବିଜୟୀ ହୋଇଥିଲା ଭାରତ । ଏହି ଯୁଦ୍ଧରେ ବଳିଦାନ ଦେଇଥିବା ଭାରତ ମାତାର ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଓ ସେମାନଙ୍କ ବୀରତ୍ବ ଗାଥାକୁ ମନେ ପକାଇବା ପାଇଁ ପ୍ରତ୍ୟେକ ବର୍ଷ ଜୁଲାଇ ୨୬ କୁ କାର୍ଗିଲ ବିଜୟ ଦିବସ ରୂପେ ପାଳନ କରାଯାଉଛି ।

ଜଗଦଲପୁର ଗ୍ରାମରେ କାରଗିଲ ବିଜୟ ଦିବସ, ଓଡ଼ିଆ ଶହୀଦଙ୍କ ହେଲା ସ୍ମୃତିଚାରଣ

ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ଗ୍ରାମର ବୀର ପୁତ୍ର ଏସ.ଶ୍ରୀନିବାସ ପାତ୍ର କାର୍ଗିଲ ଯୁଦ୍ଧରେ ଶହୀଦ ହୋଇ ଅମର ହୋଇଥିଲେ । ଦେଶ ମାତୃକାର ସୁରକ୍ଷା ପାଇଁ ପ୍ରାଣବଳୀ ଦେଇଥିଲେ ଏହି ବୀରପୁତ୍ର । ଏହି କ୍ରମରେ ଜଗଦଲପୁର ଗ୍ରାମର ବୀର ପୁତ୍ର ଏସ. ଶ୍ରୀନିବାସ ପାତ୍ରଙ୍କୁ ମନେ ପକାଇବା ପାଇଁ ପ୍ରତ୍ୟେକ ବର୍ଷ ଏଠାରେ କାରଗିଲ ବିଜୟ ଦିବସ ପାଳିତ ହୋଇ ଆସୁଛି । ଶହୀଦଙ୍କୁ ସମ୍ମାନ ଜଣାଇବା ସହିତ ଜଗଦଳପୁରର ଶହୀଦ ଶ୍ରୀନିବାସ ସ୍ମୃତି କମିଟି ପକ୍ଷରୁ ଶହୀଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡକ୍ଟର.ଶ୍ରବଣା ବିବେକ ଏମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କୁକୁଡାଖଣ୍ଡି ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା, ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା, ପୋଲିସ ବିଭାଗର ଏମ୍.ଡି.ପି.ଓ ଶିବଶଙ୍କର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏସ. ଶ୍ରୀନିବାସ ପାତ୍ରଙ୍କ ପରିବାରବର୍ଗ ମଧ୍ୟରେ ଏଥିରେ ସାମିଲ ହୋଇଥିଲେ । ଏହି ଅବସରରେ ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି ।

For All Latest Updates

TAGGED:

ABOUT THE AUTHOR

...view details