ଓଡିଶା

odisha

ETV Bharat / city

ITFFA ରେ କଣ୍ଢେଇ ଯାତ୍ରାକୁ ଶ୍ରେଷ୍ଠ ପୁରସ୍କାର, ବିଶ୍ବ ଦେଖିଲା ରେଶମ ସହରର କଳା-ସଂସ୍କୃତି - କଣ୍ଢେଇଯାତ୍ରା ଡକ୍ୟୁମେଣ୍ଟାରୀ ଫିଲ୍ମ

ଅନ୍ତର୍ଜାତୀୟ ଟୁରିଜିମ୍‌ ଫିଲ୍ମ ଫେଷ୍ଟିଭାଲରେ ଭାରତ ପାଇଁ ଗୌରବ ଆଣିଲେ ଦୁଇ ଓଡ଼ିଆ ଯୁବକ । ବ୍ରହ୍ମପୁରର ଦୁଇ ଯୁବ ସିନେ ନିର୍ମାତା ସନ୍ନ୍ୟାସୀ ମହାରଣା ଓ ଟିକିରି ବେହେରା ରେଶମ ସହର ବ୍ରହ୍ମପୁରର କଳା ଓ ସଂସ୍କୃତିକୁ ନେଇ ନିର୍ମାଣ କରିଥିଲେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ । ଅଧିକ ପଢ଼ନ୍ତୁ...

ଅନ୍ତର୍ଜାତୀୟ ଟୁରିଜିମ୍‌ ଫିଲ୍ମ ଫେଷ୍ଟିଭାଲରେ କଣ୍ଢେଇଯାତ୍ରାକୁ ଶ୍ରେଷ୍ଠ ପୁରସ୍କାର
ଅନ୍ତର୍ଜାତୀୟ ଟୁରିଜିମ୍‌ ଫିଲ୍ମ ଫେଷ୍ଟିଭାଲରେ କଣ୍ଢେଇଯାତ୍ରାକୁ ଶ୍ରେଷ୍ଠ ପୁରସ୍କାର

By

Published : Sep 28, 2021, 7:18 PM IST

Updated : Sep 28, 2021, 7:59 PM IST

ବ୍ରହ୍ମପୁର: ଅନ୍ତର୍ଜାତୀୟ ଟୁରିଜିମ୍ ଫିଲ୍ମ ଫେଷ୍ଟିଭାଲ୍‌ (ITFFA) ରେ କମାଲ୍‌ କଲେ ଓଡ଼ିଆ ଯୁବ ସିନେ ନିର୍ମାର୍ତା । ରେଶମ ସହର ବ୍ରହ୍ମପୁରର କଳା ଓ ସଂସ୍କୃତିକୁ ନେଇ କଣ୍ଢେଇ ଯାତ୍ରା ନାମରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ କରିଥିଲେ ସନ୍ନ୍ୟାସୀ ମହାରଣା ଓ ଟିକିରି ବେହେରା । ଏହି ଡକ୍ୟୁମେଣ୍ଟାରୀ ବର୍ତ୍ତମାନ ଅନ୍ତର୍ଜାତୀୟ ଟୁରିଜିମ୍ ଫିଲ୍ମ ଫେଷ୍ଟିଭାଲ୍‌ରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବରେ ବିବେଚିତ ହୋଇଛି । ଫଳରେ ଏହି ଚଳଚିତ୍ର ବ୍ଲାକ ବୋର୍ଡ ଫିଲ୍ମ ଫେଷ୍ଟିଭାଲ ଲଣ୍ଡନ ଏବଂ ଜାତୀୟ ପୁରସ୍କାର ଚିତ୍ର ଭାରତୀ ସମ୍ମାନ ପାଇଁ ମନୋନୟନ ପର୍ଯ୍ୟାୟରେ ସାମିଲ ହୋଇଛି ।

ITFFA ରେ କଣ୍ଢେଇ ଯାତ୍ରାକୁ ଶ୍ରେଷ୍ଠ ପୁରସ୍କାର, ବିଶ୍ବ ଦେଖିଲା ରେଶମ ସହରର କଳା-ସଂସ୍କୃତି

ଏହ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଏହି ଡକ୍ୟୁମେଣ୍ଟାରୀର ଶୀର୍ଷକ ରହିଛି କଣ୍ଢେଇ ଯାତ୍ରା । କଣ୍ଢେଇ ଯାତ୍ରା ମାଧ୍ୟମରେ ବ୍ରହ୍ମପୁର ମାଟିର କଳା ସଂସ୍କୃତି ବିଶ୍ଵ ଦରବାରରେ ପହଞ୍ଚି ପାରିଛି । ପ୍ରତ୍ୟେକବର୍ଷ ଆଷାଢ଼ ମାସର ପୂର୍ଣ୍ଣମୀ ତିଥିରେ ସହରର ବଡ଼ବଜାର ଖାସ୍ପା ସାହିରେ ବର୍ଷବର୍ଷ ଧରି କଣ୍ଢେଇ ଯାତ୍ରା ପାଳିତ ହେଉଛି । କଣ୍ଢେଇ ଯାତ୍ରା ଦୀର୍ଘ 3୦୦ ବର୍ଷର ପୁରାତନ କଳା ଓ ସଂସ୍କୃତକୁ ନେଇ ନିର୍ମିତ ଏହି ଭିନ୍ନ ଧରଣର ଚଳଚିତ୍ର । ବ୍ରହ୍ମପୁରର କଳା ସଂସ୍କୃତିକୁ ନେଇ ନିର୍ମିତ କଣ୍ଢେଇ ଯାତ୍ରା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ର 4ଟି ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କୃତ ହୋଇଛି ।

ଏହି ଚଳଚ୍ଚିତ୍ର ୨୫ ଦେଶର ୧୫ଶହରୁ ଅଧିକ ଚଳଚିତ୍ରକୁ ପଛରେ ପକାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ 4ଟି ବିଭାଗରେ ହୋଇଛି ପୁରସ୍କୃତ । କଣ୍ଢେଇ ଯାତ୍ରାକୁ ଇଂରାଜୀ ,ହିନ୍ଦୀ, ତେଲୁଗୁ ,ବଙ୍ଗାଳି, ମରାଠୀ ଭଳି ସାତୋଟି ଭାଷାରେ ପ୍ରସ୍ତୁତ କରାଯାଇଛି । ବ୍ରହ୍ମପୁରର କଳା ଓ ସଂସ୍କୃତିକୁ ବିଦେଶରେ ପରିଚିତ କରାଇବା ଏହାର ମୂଳ ଲକ୍ଷ୍ୟ । ଶ୍ରେଷ୍ଠ ଟୁରିଜିମ ଫିଲ୍ମ ନିର୍ଦ୍ଦେଶନା ପାଇଁ ସନ୍ନ୍ୟାସୀ ମହାରଣା, ଶ୍ରେଷ୍ଠ ଚିତ୍ରୋତ୍ତୋଲନ ପାଇଁ ଟୁଟୁ ପ୍ରଧାନ ଏବଂ ଶ୍ରେଷ୍ଠ ପୋଷ୍ଟର ବିଭାଗରେ ଟିକିରି ବେହେରା ପୁରସ୍କୃତ ହୋଇଛନ୍ତି ।

ଏହାକୁ ନେଇ ଯୁବ ସିନେ ନିର୍ଦ୍ଦେଶକଙ୍କ ପରିବାରରେ ଖୁସିର ମାହୋଲ ରହିଛି । ସେପଟେ ବ୍ରହ୍ମପୁରର ସଂସ୍କୃତି ପ୍ରଚାର ପାଇଁ ଏହି ଡକ୍ୟୁମେଣ୍ଟାରୀର ଅନ୍ୟ ସଂକଳନ ପ୍ରସ୍ତୁତ ହେଉଛି । ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ଏଭଳି ଏକ ଉପଲବ୍ଧି ହାସଲ କରି ଓଡ଼ିଶା ସିନେ ଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ବ୍ରହ୍ମପୁର ଯୁବ ସିନେ ନିର୍ମାତା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Sep 28, 2021, 7:59 PM IST

ABOUT THE AUTHOR

...view details