ବ୍ରହ୍ମପୁର: ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବୁଧବାର ବ୍ରହ୍ମପୁର ଗସ୍ତ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ସହରର ଏକ ନମ୍ବର ୱାର୍ଡ଼ର ହରିଡାଖଣ୍ଡି ପୋଖରୀ ହୁଡାରେ ହେବାକୁ ଥିବା ୫୦ ଲକ୍ଷ ଟଙ୍କାର ଉନ୍ନୟନ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି । ଓଡିଶା ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ଅର୍ଥରେ ପାର୍କ ସହ ଆଲୋକୀକରଣ କରାଯିବ । ଏପରିକି ଏଠାରେ ଟ୍ରାକିଂ ଟ୍ରାକ, ଶିଶୁଙ୍କ ପାଇଁ ଖେଳିବା ବ୍ୟବସ୍ଥା କରାଯିବ । ଏନେଇ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି ଏବଂ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଇଛି ।
ବ୍ରହ୍ମପୁର ଗସ୍ତରେ ପର୍ଯ୍ୟଟନ ମନ୍ତ୍ରୀ, ଉନ୍ନୟନ କାର୍ଯ୍ୟର କଲେ ଅନୁଧ୍ୟାନ - tourism minister visit berhampur
ବ୍ରହ୍ମପୁର ଗସ୍ତ କଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ସହରର ହରିଡାଖଣ୍ଡି ପୋଖରୀ ହୁଡାରେ ହେବାକୁ ଥିବା ୫୦ ଲକ୍ଷ ଟଙ୍କାର ଉନ୍ନୟନ କାର୍ଯ୍ୟକୁ କଲେ ଅନୁଧ୍ୟାନ । ଅଧିକ ପଢନ୍ତୁ...
ବ୍ରହ୍ମପୁର ଗସ୍ତରେ ପର୍ଯ୍ୟଟନ ମନ୍ତ୍ରୀ, ଉନ୍ନୟନ କାର୍ଯ୍ୟର କଲେ ଅନୁଧ୍ୟାନ
ମନ୍ତ୍ରୀଙ୍କ ଗ୍ରସ୍ତ ସମୟରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ମହାନଗର ନିଗମର କମିଶନର ସିଦ୍ଧେଶ୍ଵର ବଳିରାମ ବନ୍ଦୋର, ବ୍ରହ୍ମପୁର ଉପଜିଲ୍ଲାପାଳ ୱି. କୀର୍ତ୍ତି ଭାଶନଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ