ଓଡିଶା

odisha

ETV Bharat / city

5 ହଜାର ଟଙ୍କା ଲାଞ୍ଚ ନେଇ କାର୍ଯ୍ୟରତ କନିଷ୍ଠ କିରାଣୀ ଗିରଫ - ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌

5 ହଜାର ଟଙ୍କା ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଲେ ଏମ୍.କେ.ସି.ଜି ମେଡିକାଲରେ କାର୍ଯ୍ୟରତ କନିଷ୍ଠ କିରାଣୀ ଶ୍ରୀକାନ୍ତ କୁମାର ଦାଶ । ଅଧିକ ଖବର ପଢନ୍ତୁ...

junior clerk in viguillance trap, berhampur vigillance trap, berhampur latest news, ବ୍ରହ୍ମପୁର ଲାଟେଷ୍ଟ ନ୍ୟୁଜ୍‌, ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌, ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ
5 ହଜାର ଟଙ୍କା ଲାଞ୍ଚ ନେଇ କାର୍ଯ୍ୟରତ କନିଷ୍ଠ କିରାଣୀ ଗିରଫ

By

Published : Jan 6, 2020, 11:41 PM IST

ବ୍ରହ୍ମପୁର: 5 ହଜାର ଟଙ୍କା ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଲେ ଏମ୍.କେ.ସି.ଜି ମେଡିକାଲରେ କାର୍ଯ୍ୟରତ କନିଷ୍ଠ କିରାଣୀ ଶ୍ରୀକାନ୍ତ କୁମାର ଦାଶ । ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଚିକିତ୍ସାଧିନ ଜଣେ ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ସ୍ବାମୀଙ୍କୁ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଏହି ଲାଞ୍ଚ ଦାବି କରୁଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଥିଲେ କାର୍ଯ୍ୟରତ କିରାଣୀ ।

5 ହଜାର ଟଙ୍କା ଲାଞ୍ଚ ନେଇ କାର୍ଯ୍ୟରତ କନିଷ୍ଠ କିରାଣୀ ଗିରଫ

ଅଭିଯୋଗ ଅନୁଯାୟୀ, ବ୍ରହ୍ମପୁର ଭିଜିଲାନ୍ସ ଟିମ ଏଭଳି କନିଷ୍ଠ କିରାଣୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଗଞ୍ଜାମ ଜିଲ୍ଲାର ଜରଡାଥାନା ଅନ୍ତର୍ଗତ ସତ୍ୟ ନାରାୟଣ ଷଡଙ୍ଗୀଙ୍କ ପତ୍ନୀ ନିରୁପମା ଷଡଙ୍ଗୀ ଗତ ନଭେମ୍ବର 11 ତାରିଖରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ 13 ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ପତ୍ନୀଙ୍କ ବୀମା ଟଙ୍କା ପାଇବାକୁ ମେଡିକାଲ ରିପୋର୍ଟ ପାଇଁ ଦୌଡୁଥିବା ବେଳେ କନିଷ୍ଠ କିରାଣୀ ଜଣଙ୍କ ତାହା ଦେବା ପାଇଁ କହି ଲାଞ୍ଚ ଦାବି କରିଥିଲେ ।

ଶେଷରେ ନିଜ କାର୍ଯ୍ୟାଳୟରେ ଏହି ଅର୍ଥ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ପରେ କନିଷ୍ଠ କିରାଣୀଙ୍କର ସରକାରୀ ବାସଭବନରେ ଚଢାଉ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details