ବ୍ରହ୍ମପୁର: ରାଜ୍ୟରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ଆଣିବାକୁ ଦାବି କରାଯାଇଛି । ପାଟକୁରାରେ କାର୍ଯ୍ୟରତ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିଙ୍କୁ କେନ୍ଦ୍ରାପଡା ଏସପିଙ୍କ ଦୁଃବ୍ୟବହାର ପ୍ରତିବାଦରେ ବ୍ରହ୍ମପୁରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଣମାଧ୍ୟମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାବେଳେ ବାରମ୍ୱାର ରାଜ୍ୟରେ ସାମ୍ବାଦିକଙ୍କ ପ୍ରତି ଆକ୍ରମଣ ଓ ଦୁଃବ୍ୟବହାର ଘଟଣାକୁ ନେଇ ରାଜ୍ୟ ସରକାର ଗୁରୁତ୍ୱର ସହ ଏହାକୁ ବିଚାର କରିବାକୁ ଜାତୀୟ ସାମ୍ୱାଦିକ ୟୁନିୟନର ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଦାବି କରାଯାଇଛି ।