ବ୍ରହ୍ମପୁର :ବ୍ରହ୍ମପୁର ମହାନଗର ନିଗମରେ ବସ୍ତିବାସିନ୍ଦାଙ୍କ ପାଇଁ ଶୁଭାରମ୍ଭ ହେଲା ଜାଗା ସମ୍ପର୍କ କାର୍ଯ୍ୟକ୍ରମ । ନୂତନ ବର୍ଷ ଅବସରରେ ନିଗମର ସମସ୍ତ ୱାର୍ଡକୁ ଯାଇ ଏହି ଜାଗା ସମ୍ପର୍କ ମାଧ୍ୟମରେ ବସ୍ତି ବାସିନ୍ଦା ମାନଙ୍କର ସମସ୍ତ ପ୍ରକାର ସୁବିଧା ଓ ଅସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମହାନଗର ନିଗମର ଡେପୁଟି କମିଶନର ଅଦୈତ୍ୟ ସ୍ବାଇଁଙ୍କ ସମେତ ନିଗମର କର୍ମଚାରୀମାନେ ଉପସ୍ଥିତ ଥିଲେ ।
ବସ୍ତି ବାସିନ୍ଦାଙ୍କ ପାଇଁ ଶୁଭାରମ୍ଭ ହେଲା ଜାଗା ସମ୍ପର୍କ କାର୍ଯ୍ୟକ୍ରମ - ବ୍ରହ୍ମପୁରରେ ଶୁଭାରମ୍ଭ ହେଲା ଜାଗା ସମ୍ପର୍କ କାର୍ଯ୍ୟକ୍ରମ
ବ୍ରହ୍ମପୁର ମହାନଗର ନିଗମରେ ଶୁଭାରମ୍ଭ ହେଲା ଜାଗା ସମ୍ପର୍କ କାର୍ଯ୍ୟକ୍ରମ । ଉପକୃତ ହେବେ ବସ୍ତିବାସିନ୍ଦା । ଅଧିକ ପଢନ୍ତୁ
ବସ୍ତି ବାସିନ୍ଦାଙ୍କ ପାଇଁ ଶୁଭାରମ୍ଭ ହେଲା ଜାଗା ସମ୍ପର୍କ କାର୍ଯ୍ୟକ୍ରମ
ବସ୍ତି ବାସିନ୍ଦାଙ୍କ ପାଇଁ ଶୁଭାରମ୍ଭ ହେଲା ଜାଗା ସମ୍ପର୍କ କାର୍ଯ୍ୟକ୍ରମ
ବସ୍ତି ଅଞ୍ଚଳରେ ପହଞ୍ଚି ମହିଳା ମାନଙ୍କ ସହିତ ବିଭିନ୍ନ ଅତ୍ୟାବଶ୍ୟକୀୟ ସୁବିଧା ଏବଂ କାହାର କେଉଁ ସମସ୍ୟା ରହିଛି ସେ ନେଇ ଆଲୋଚନା କରାଯାଇଛି । ପର୍ଯ୍ୟାୟ କ୍ରମେ ନିଗମର ସମସ୍ତ ୪୦ ଗୋଟି ୱାର୍ଡରେ ସମସ୍ତ ବସ୍ତିବାସିନ୍ଦାଙ୍କୁ ନେଇ ଏଭଳି କାର୍ଯ୍ୟକ୍ରମ ଆୟୋଜିତ କରାଯିବ । ସହରରେ ଶୁଭାରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର କିଭଳି ରୂପରେଖ ରହିବ ସେ ନେଇ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ