ବ୍ରହ୍ମପୁର: ଗୋଟିଏ ପଟେ ରାଜ୍ୟରେ କ୍ରୀଡାର ବିକାଶ ପାଇଁ ସରକାର ତତ୍ପରତା ପ୍ରକାଶ କରୁଥିବା ବେଳେ ସ୍କୁଲମାନଙ୍କରେ କ୍ରୀଡା ଶିକ୍ଷକ ନିଯୁକ୍ତିରେ ଅବହେଳା ଅଭିଯୋଗ ହୋଇଛି । ଖାଲି କ୍ରୀଡା ନୁହେଁ କଳା ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଦେଖିବାକୁ ମିଳିଛି । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ସ୍ଥାୟୀ ନିଯୁକ୍ତି ଦାବି କରିଛି ଶିକ୍ଷକ ମହାସଂଘ ।
ଆଠ ବର୍ଷ ଧରି ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ ମଧ୍ୟ ସାମୟିକ କଳା ଓ କ୍ରୀଡା ଶିକ୍ଷକଙ୍କୁ ମାସିକ ୨୪ ଗୋଟି କ୍ଲାସ ଆଧାରରେ ଦିଆଯାଉଛି ପାରିଶ୍ରମିକ । ଯାହାକୁ ନେଇ ବର୍ତ୍ତମାନର ବର୍ଦ୍ଧିତ ଦରଦାମ୍ ଯୁଗରେ ସତେ ଯେପରି ଦିଗହରା ହୋଇପଡିଛନ୍ତି ରାଜ୍ୟର କଳା ଏବଂ କ୍ରୀଡ଼ା ଶିକ୍ଷକ । ଏହି ବର୍ଗର ଶିକ୍ଷକ ମହାସଂଙ୍ଘ ପକ୍ଷରୁ ନିଜର ସ୍ଥାୟୀ ନିଯୁକ୍ତି ଦାବି କରିବା ପରେ ଶେଷରେ ମହାସଂଙ୍ଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି ଶିକ୍ଷକଗଣ ।