ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଲପୁର ଗ୍ରାମ ନିକଟ ଚିଲିକାରେ ଅଭାବନୀୟ ଘଟଣା । ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ଚିଲିକାରେ ବୁଡି ଯିବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି । ରାମ ମୂର୍ତ୍ତି ବିସର୍ଜନ କରୁଥିବା ବେଳେ ଚାରି ଜଣ ପାଣିରେ ବୁଡି ଯାଇଥିବା ବେଳେ ତିନି ଜଣଙ୍କୁ ଉଦ୍ଧାର କରାଯାଇଥିଲା ଓ ଜଣେ ପାଣିରେ ବୁଡି ଯାଇଥିଲେ । ପରେ ଖୋଜାଖୋଜି କରାଯାଇ ମୃତଦେହ ଉଦ୍ଧାର କରାଯାଇଛି | ମୃତକ ଜଣକ ହେଲେ ଓଡିଆ ଆଲପୁର ଗ୍ରାମର ବିଭୁତି ତରେଇ |
ସୂଚନା ମୁତାବକ, ଚିଲିକା ନିକଟବର୍ତ୍ତି ଓଡିଆ ଆଲପୁର ଗାଁ ଲୋକେ ମୂର୍ତ୍ତି ବିସର୍ଜନ କରିବା ପାଇଁ ଡଙ୍ଗା ସାହାଯ୍ୟରେ ଚିଲିକା ଭିତରକୁ ଯାଇଥିବା ବେଳେ ହଠାତ ଗଭୀର ପାଣି ଭିତରକୁ ଚାରିଜଣ ଖସି ପଡିଥିଲେ । ପରେ ପାଖରେ ରହିଥିବା ଡଙ୍ଗା ସାହାଯ୍ୟରେ ଗ୍ରାମବାସୀ ୩ ଜଣଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲ ନିଆଯାଇଥିବା ବେଳେ ଜଣେ ନିଖୋଜ ଥିଲେ ।