ଓଡିଶା

odisha

ETV Bharat / city

ଲୋକାର୍ପଣ ହେଲା ବୃହତ ଜଳଯୋଗାଣ ପ୍ରକଳ୍ପ ଜାନିବିଲି - ଲୋକାର୍ପଣ

ବ୍ରହ୍ମପୁର ଦିନିକିଆ ଗସ୍ତରେ ମୁଖ୍ୟମନ୍ତ୍ରୀ । ସେଠାରେ ସେ ବହୁ ଅପେକ୍ଷିତ ପ୍ରକଳ୍ପ ଜାନିବିଲିର ଉଦଘାଟିନ କରିଛନ୍ତି । ଏଥିସହିତ ବିଭିନ୍ନ ଜନକଲ୍ୟାଣୀ ପ୍ରକଳ୍ପ ଲାଗି 42କୋଟିର ଶିଳାନ୍ୟାସ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Mar 3, 2019, 10:07 PM IST

ଲୋକାର୍ପଣ ହେଲା ବୃହତ ଜଳଯୋଗାଣ ପ୍ରକଳ୍ପ ଜାନିବିଲି

ବ୍ରହ୍ମପୁର: ଘଟିଛି ସବୁ ପ୍ରତୀକ୍ଷାର ଅନ୍ତ । ଉଦଘାଟିତ ହୋଇଛି ଜାନିବିଲି ପାନୀୟ ଜଳ ପ୍ରକଳ୍ପ । ରବିବାର ବ୍ରହ୍ମପୁର ଦିନିକିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ଆସିଥିବାବେଳେ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିସହ 42 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ।

431 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଜାନିବିଲି ପ୍ରକଳ୍ପର ସ୍ଥାୟୀ ସମାଧାନ ପାଇଁ ୨୦୧୬ ମସିହା ନଭେମ୍ବର ୩୦ରେ ଶିଳାନ୍ୟାସ କରାଯାଇଥିଲା । ଏହି ଜଳଯୋଗାଣ ମାଧ୍ୟମରେ ସହରବାସୀ ଉପକୃତ ହେବାକୁ ଥିବାବେଳେ ଜାନିବିଲିରୁ ପାଇପ ଯୋଗେ ଜଗଦଳପୁର ଗ୍ରାମର ନିର୍ମିତ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ପାଣି ଯୋଗାଯିବ । ଏହାପରେ ସେଠାରେ ଜଳକୁ ବିଶୋଧନା କରାଯାଇ ସହର ସମେତ ଉପକଣ୍ଠ ବିଭିନ୍ନ ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଣ କରାଯିବ । ବ୍ରହ୍ମପୁରରେ ବୃହତ ଜଳ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ ନେଇ ସହରବାସୀ ବେଶ ଖୁସି ଥିବାବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ଖୁସି ବ୍ୟକ୍ତ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଷ୍ଟାଡିୟମ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସହରର ବିକାଶ ପାଇଁ ମହାନଗର ନିଗମ ପକ୍ଷରୁ ପ୍ରାୟ ୪୨ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ଭିତ୍ତିପ୍ରସ୍ତର ସ୍ଥାପନ ସହ ଉଦଘାଟନ କରିଛନ୍ତି। ସ୍ମାର୍ଟ ପାର୍କ, ଶବଦାହ ଗୃହ, କିନ୍ନରଙ୍କ ଆବାସ ଓ ଜୀବିକା ସହାୟକ କେନ୍ଦ୍ର, ସହରାଞ୍ଚଳ ମହିଳା ସ୍ବଂୟ ସହାୟକ ଗୋଷ୍ଠୀଙ୍କ ପାଟ୍ଟ ଭବନ, ଦ୍ବିତୀୟ ପର୍ଯ୍ୟାୟ ଭୂତଳ ଆବର୍ଜନା ସଂଗ୍ରହ କେନ୍ଦ୍ର, ନେଳିଆ ବନ୍ଧ ଉନ୍ନତିକରଣ ଠାରୁ ଆରମ୍ଭ କରି ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ କାର୍ଯ୍ୟ କରାଯାଇଛି ।

ସେପଟେ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details