ଓଡିଶା

odisha

By

Published : Oct 31, 2019, 9:43 AM IST

ETV Bharat / city

ଅବକାରୀ ବିଭାଗର ଚଢାଉ: 60 ଲିଟର ଦେଶୀ ମଦ ସହ 600 କେଜି ପୋଚ ଜବତ

ଡିମ୍ବୁଳା ପଞ୍ଚାୟତର ଏକ ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ । ଏହି ଚଢାଉ ବେଳେ ବିପୁଳ ପରିମାଣର ଦେଶୀ ମଦ ସହ ମଦ ତିଆରି ପାଇଁ ପ୍ରସ୍ତୁତ ହୋଇଥିବା ପୋଚ ଜବତ ହୋଇଛି । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନେ ଫେରାର ଥିବା ସୂଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଦିଗପହଣ୍ଡି ଥାନା ଅନ୍ତର୍ଗତ ବଡ ଡିମ୍ବୁଳା ପଞ୍ଚାୟତର ଏକ ଜଙ୍ଗଲରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଏହି ଚଢାଉ ବେଳେ ବିପୁଳ ପରିମାଣର ଦେଶୀ ମଦ ସହ ମଦ ତିଆରି ପାଇଁ ପ୍ରସ୍ତୁତ ହୋଇଥିବା ପୋଚ ଜବତ ହୋଇଛି । ଜବତ ଦେଶୀ ମଦ ଆନୁମାନିକ 60 ଲିଟର ଥିବାବେଳେ ପାଖାପାଖି 600 କିଲୋଗ୍ରାମ ମହୁଲ ପୋଚ ନଷ୍ଟ କରାଯାଇଛି । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନେ ଫେରାର ଥିବା ସୂଚନା ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସୂଚନାନୁଯାୟୀ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ଅବକାରୀ ବିଭାଗର ଉପନୀରିକ୍ଷକ ଅଭିରାମ ସାହୁଙ୍କ ନେତୃତ୍ବରେ ଏହି ଚଢାଉ କରାଯାଇଥିଲା । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଆଦିବାସୀ ଏବଂ ଗ୍ରାମାଞ୍ଚଳରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ବିକ୍ରି ହେଉଥିବା ଅଭିଯୋଗ ପରେ ଅବକାରୀ ବିଭାଗ ପକ୍ଷରୁ ଏଭଳି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details