ବ୍ରହ୍ମପୁର:କୋଭିଡର ତୃତୀୟ ଲହରକୁ ନେଇ ସାରା ବିଶ୍ବ ଚିନ୍ତା ପ୍ରକଟ କରୁଥିବାବେଳେ ବର୍ତ୍ତମାନ ସୁଦ୍ଧା ଆମ ରାଜ୍ୟରେ ଏହାର ସ୍ଥିତି ନିୟନ୍ତ୍ରଣ ରହିଛି । ଏଣୁ ସତର୍କତା ରଖିବାକୁ ପଡିବ ବୋଲି ବ୍ରହ୍ମପୁର ଗସ୍ତରେ ଆସିଥିବା ICMR ନିର୍ଦ୍ଦେଶିକା ସଂଘମିତ୍ରା ପତି ଗଣମାଧ୍ୟମ ସହ ଆଲୋଚନା ସମୟରେ ସୂଚନା ଦେଇଛନ୍ତି ।
ସ୍ଥିତି ନିୟନ୍ତ୍ରଣ ରହିଛି, ସତର୍କତା ରଖିବାକୁ ପଡିବ: ICMR ନିର୍ଦ୍ଦେଶିକା - କୋରୋନା ମହାମାରୀର ତୃତୀୟ ଲହର
କୋରୋନାର ତୃତୀୟ ଲହର ଚିନ୍ତାର କାରଣ ପାଲଟିଛି । ରାଜ୍ୟରେ ଏହାର ସ୍ଥିତି ନିୟନ୍ତ୍ରଣ ରହିଛି । ତେବେ ସତର୍କତା ରଖିବାକୁ ପଡିବ ବୋଲି ବ୍ରହ୍ମପୁର ଗସ୍ତରେ ଆସିଥିବା ରାଜ୍ୟ ICMR ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି । ଅଧିକ ପଢନ୍ତୁ
ସ୍ଥିତି ନିୟନ୍ତ୍ରଣ ରହିଛି ,ସତର୍କତା ରଖିବାକୁ ପଡିବ: ସଂଘମିତ୍ରା ପତି
ରାଜ୍ୟରେ ନିୟମିତ ଭାବରେ କୋଭିଡ ପରୀକ୍ଷା ବୃଦ୍ଧି କରାଯାଇଥିବା ବେଳେ ଏ ନେଇ ପଜିଟିଭିଙ୍କୁ ଚିକିତ୍ସାଳୟରେ ଚିକିତ୍ସା ପାଇଁ ମଧ୍ଯ ଗୁରୁତ୍ୱ ଦିଆଯାଇଥିବା କୁହାଯାଇଛି । ଜାନୁଆରୀ ମାସ ଠାରୁ ପୁଣି କୋଭିଡର ଆଗୁଆ ଡୋଜ ଦେବା ପାଇଁ ସରକାର ଚିନ୍ତା କରୁଥିବା ବେଳେ ଶିଶୁଙ୍କ ଟୀକାକରଣ ଓ ପୂର୍ବରୁ ଯେପରି ଭାବରେ କୋଭିଡର ନିୟମ ଓ ବ୍ୟବହାର ପ୍ରତି ଗୁରୁତ୍ୱ ଦେଉଥିଲେ ତାହାକୁ ମଧ୍ୟ ବର୍ତ୍ତମାନ ଗୁରୂତ୍ବ ଦେବାକୁ ଗୁରୁତ୍ବାରୋପ କରିଛନ୍ତି ଡ଼ାକ୍ତର ପତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ