ବ୍ରହ୍ମପୁର: କାର୍ତ୍ତିକ ମାସର ଚତୁର୍ଥ ସୋମବାରରେ ସହରର ବିଭିନ୍ନ ଶୈବ ପୀଠରେ ଦେଖିବାକୁ ମିଳିଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ । ଏନେଇ ମୁଖ୍ୟତଃ ସହରର ନୂଆ ବସଷ୍ଟାଣ୍ଡ ପାଖରେ ଥିବା ଗୋକର୍ଣ୍ଣେଶ୍ବର ପୀଠରେ ସକାଳୁ ସକାଳୁ ଲାଗିଥିଲା ଭକ୍ତଙ୍କ ଗହଳି । ଜିଲ୍ଲା ତଥା ଜିଲ୍ଲା ବାହାରୁ ଏଠାକୁ ଅନେକ ଭକ୍ତ ଆସି ମହାଦେବଙ୍କୁ ଦର୍ଶନ କରୁଥିବା ଦେଖାଯାଇଥିଲା ।
କାର୍ତ୍ତିକ ଚତୁର୍ଥ ସୋମବାର: ଗୋକର୍ଣ୍ଣେଶ୍ବରରେ ପୀଠରେ ଭକ୍ତଙ୍କ ଭିଡ - ବ୍ରହ୍ମପୁର ଲାଟେଷ୍ଟ ଆଧ୍ୟାତ୍ମିକ ନ୍ୟୁଜ୍
କାର୍ତ୍ତିକ ମାସର ଚତୁର୍ଥ ସୋମବାରରେ ସହରର ବିଭିନ୍ନ ଶୈବ ପୀଠରେ ଦେଖିବାକୁ ମିଳିଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ । ଏନେଇ ମୁଖ୍ୟତଃ ସହରର ନୂଆ ବସଷ୍ଟାଣ୍ଡ ପାଖରେ ଥିବା ଗୋକର୍ଣ୍ଣେଶ୍ବର ପୀଠରେ ସକାଳୁ ସକାଳୁ ଲାଗିଥିଲା ଭକ୍ତଙ୍କ ଗହଳି ।
![କାର୍ତ୍ତିକ ଚତୁର୍ଥ ସୋମବାର: ଗୋକର୍ଣ୍ଣେଶ୍ବରରେ ପୀଠରେ ଭକ୍ତଙ୍କ ଭିଡ](https://etvbharatimages.akamaized.net/etvbharat/prod-images/768-512-4952632-thumbnail-3x2-bam.jpg)
ଗୋକର୍ଣ୍ଣେଶ୍ବରରେ ପୀଠରେ ଲାଗିଛି ଭକ୍ତଙ୍କ ଭିଡ
ଗୋକର୍ଣ୍ଣେଶ୍ବରରେ ପୀଠରେ ଲାଗିଛି ଭକ୍ତଙ୍କ ଭିଡ
ତେବେ ଚଳିତ ବର୍ଷ କାର୍ତ୍ତିକ ମାସରେ ପୀଠରେ ଭକ୍ତଙ୍କ ଭିଡକୁ ନଜରରେ ରଖି ମନ୍ଦିର ପରିଚାଳନା କମିଟି ପକ୍ଷରୁ ଧାଡି ଦର୍ଶନର ବ୍ୟବସ୍ଥା କରାଯାଇଛି । ଏଥିସହ ଭକ୍ତଙ୍କ ସୁବିଧାକୁ ନଜରରେ ରଖି ଅନ୍ୟ ବ୍ୟବସ୍ଥା ମାନ ଗ୍ରହଣ କରାଯାଇଛି । ତେବେ କିଭଳି ଚାଲିଛି ଗୋକର୍ଣ୍ଣେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା ତାହା ଭକ୍ତ ଓ ପୂଜକଙ୍କ ସିଧାସଳଖ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ