ଓଡିଶା

odisha

ETV Bharat / city

ଦୁର୍ଗମ ଜଙ୍ଗଲରେ ଅବକାରୀ ଓ ପୋଲିସର ଚଢ଼ାଉ, 6600 ଲିଟର ପୋଚ ନଷ୍ଟ - ଗଞ୍ଜାମ ଖବର

ଗଞ୍ଜାମ ଜିଲ୍ଲାର ଦୁର୍ଗମ ଜଙ୍ଗଲରେ ଅବକାରୀ ଓ ପୋଲିସ ବିଭାଗର ମିଳିତ ଚଢାଉରେ ବିପୁଳ ପରିମାଣର ମଦ ଓ ପୋଚକୁ ନଷ୍ଟ କରାଯାଇଛି । ଅଧିକ ପଢନ୍ତୁ...

ଦୁର୍ଗମ ଜଙ୍ଗଲରେ ଅବକାରୀ ଓ ପୋଲିସର ଚଢ଼ାଉ,  6,600 ଲିଟର ପୋଚ ନଷ୍ଟ
ଦୁର୍ଗମ ଜଙ୍ଗଲରେ ଅବକାରୀ ଓ ପୋଲିସର ଚଢ଼ାଉ, 6,600 ଲିଟର ପୋଚ ନଷ୍ଟ

By

Published : May 14, 2021, 7:34 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦୁର୍ଗମ ଜଙ୍ଗଲରେ ଅବକାରୀ ଓ ପୋଲିସ ବିଭାଗର ମିଳିତ ଚଢାଉରେ ବିପୁଳ ପରିମାଣର ମଦ ଓ ପୋଚକୁ ନଷ୍ଟ କରାଯାଇଛି । ଜିଲ୍ଲାର ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ନିକଟସ୍ଥ ଏକ ପାହାଡିଆ ଜଙ୍ଗଲରେ ଦିଗପହଣ୍ଡି ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁଙ୍କ ଉପସ୍ଥିତିରେ ଅତର୍କିତ ଚଢ଼ାଉ କରାଯାଇ 6,600 ଲିଟର ଗୁଡ ମହୁଲ ମିଶ୍ରିତ ପୋଚ ନଷ୍ଟ କରାଯାଉଛି ।

ଦୁର୍ଗମ ଜଙ୍ଗଲରେ ଅବକାରୀ ଓ ପୋଲିସର ଚଢ଼ାଉ, 6,600 ଲିଟର ପୋଚ ନଷ୍ଟ

ସୂଚନାନୁଯାୟୀ ବ୍ଳକର ଚଷା ନିମଖଣ୍ଡି ପଞ୍ଚାୟତର ବଡପଦା, ତୁଳସୀ ନଗର, ଶ୍ୟାମ ସୁନ୍ଦରପୁରପଲ୍ଲୀ, ବାଜପୁର ନିକଟସ୍ଥ ଦୁର୍ଗମ ଜଙ୍ଗଲର ନଦୀ ଓ ନାଳ ତଟବର୍ତ୍ତୀ ଅଞ୍ଚଳ ଗୁଡିକରେ ଦୀର୍ଘ ଦିନ ହେଲା ବେଆଇନ ଭାବେ ମଦ ପ୍ରସ୍ତୁତି କରାଯାଇ ବିଭିନ୍ନ ଅଞ୍ଚଳକୁ ଚୋରାଚାଲାଣ ହେଉଥିଲା । ଏନେଇ ଏକ ବିଶେଷ ସୁତ୍ରରୁ ପ୍ରଶାସନ ତରଫରୁ ଖବର ପାଇ ଚଢାଉ କରାଯାଇଥିଲା । ଏହି ଚଢାଉରେ ଗୋଟିଏ ପ୍ଲାଟୁନ ଏଆରପି ଫୋର୍ସ, ବ୍ରହ୍ମପୁର ମୋବାଇଲ ଷ୍ଟ୍ରାଇକିଂ ଫୋର୍ସ, ଚିକିଟି ଓ ଦିଗପହଣ୍ଡି ଅବକାରୀ ବିଭାଗ ଏବଂ ଗୋପାଳପୁର ଓ ଗୋଳନ୍ଥରା ପୋଲିସ କର୍ମଚାରୀମାନେ ମିଳିତଭାବେ ଉପସ୍ଥିତ ରହିଥିଲେ ।

ସେହିପରି ଅପରାହ୍ନରେ କୌଣସି ବିଶେଷ ସୁତ୍ରରୁ ଖବରପାଇ ଚିକିଟି ଅବକାରୀ ନିରୀକ୍ଷକ ବାଳକୃଷ୍ଣ ପରିଡ଼ା ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟରେ କାଳିଆ ସେଠୀ ନାମକ ଜଣେ ଯୁବକ ଦେଶୀମଦ ବିକ୍ରି କରୁଥିବା ବେଳେ ଚଢ଼ାଉ କରି ଅଭିଯୁକ୍ତ କାଳିଆକୁ ଗିରଫ କରିବା ସହ ମଦ ଜବତ କରିଥିବା ଜଣାପଡିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details